ଭକ୍ତଶୂନ୍ୟ ରଥଯାତ୍ରାକୁ ଅନୁମତି ଦେବା ଲାଗି ସୁପ୍ରିମ କୋର୍ଟରେ ପିଟିସନ୍

ଭକ୍ତଶୂନ୍ୟ ରଥଯାତ୍ରାକୁ ଅନୁମତି ଦେବା ଲାଗି ସୁପ୍ରିମ କୋର୍ଟରେ ପିଟିସନ୍

ଓଡିଶା ବଡ ଖବର

#ଭକ୍ତଶୂନ୍ୟ_ରଥଯାତ୍ରାକୁ_ଅନୁମତି_ଦେବାକୁ _ପିଟିସନ୍    ଭୁବନେଶ୍ବର :   ରଥଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପୁନଃର୍ବିଚାର ପାଇଁ ଆବେଦନ ହୋଇଛି । ରଥଯାତ୍ରା ସ୍ଥଗିତ ରଖିବା ଲାଗି ସୁପ୍ରିମକୋର୍ଟ ଦେଇଥିବା ରାୟର ପୁର୍ନବିଚ‌ାର କରି କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା ଲାଗି ଅନୁମତି ଦେବା ଲାଗି ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର । ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି କି ପୁରୀ ସହରକୁ ସଟଡାଉନ୍ କରି କେବଳ ସେବାୟତମାନଙ୍କ ଦ୍ବାରା ରଥଯାତ୍ରା କରାଯାଇପାରିବ। ରଥଯାତ୍ରାରେ ଜନସାଧାରଣ ଆଗମନକୁ ସଂପୂର୍ଣ୍ଣ ପ୍ରତିବନ୍ଧିତ କରାଯିବ। ଏହି ଦୃଷ୍ଟିରୁ ରାୟରେ ସର୍ବୋଚ୍ଚ ଅଦାଲତ ଆଂଶିକ ପରିବର୍ତ୍ତନ କରିବା ଲାଗି ନିଜ ମୋଡିଫିକେସନ୍ ପିଟିସନରେ ଆବେଦନ କରିଛନ୍ତି ଆଇନଜୀବୀ ମହାପାତ୍ର।  ତେବେ ଏହି ପିିଟିସନରେ ସୁପ୍ରିମକୋର୍ଟରେ ତାଲିକା ଭୁକ୍ତ ହୋଇନାହିଁ । ଆସନ୍ତା ସୋମବାର ଏହା ତାଲିକା ଭୁକ୍ତ ହେବ ବୋଲି ଆବେଦନକାରୀ ଆଇନଜୀବୀ କହିଛନ୍ତି ।