ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

ଓଡିଶା ଗଞ୍ଜାମ ଜିଲ୍ଲା

#ବିଶ୍ୱ_ପରିବେଶ_ଦିବସ_ଅବସରରେ_ବୃକ୍ଷରୋପଣ       ବ୍ରହ୍ମପୁର    : ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ସକାଳୁ ବ୍ରହ୍ମପୁର ମେଡ଼ିକାଲ୍ ଖେଳ ପଡ଼ିଆରେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣାଙ୍କ ଅଧ୍ୟକ୍ଷତାରେ ୫ ଶହ ବୃକ୍ଷ ରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଜେଡ଼ି ସଭାପତି ତଥା ରାଜ୍ୟ ନିର୍ମାଣ ଶ୍ରମିକ କୋଠାବାଡ଼ି ସଭାପତି ଡା. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେଡ଼ିକାଲ୍ କଲେଜ ପ୍ରିନ୍ସପାଲ୍ ଜ୍ୟୋର୍ତିମୟୀ ତ୍ରିପାଠୀ, ମେଡ଼ିକାଲ୍ କଲେଜ ଅଧ୍ୟକ୍ଷ ସନ୍ତୋଷ ମିଶ୍ର, ଗଂଜାମ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଧନଞ୍ଜୟ ରାଓ, ଯୁବ ନଗର ବିଜେଡ଼ି ସଭାପତି ମୁକୁନ୍ଦ ଗୌଡ଼, ଉପସଭାପତି ଆର୍. ମୂରଲୀ ମୋହନ, ଜଗନ୍ନାଥ ସାବତ, ଭିଷ୍ମାଚାର୍ଯ୍ୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ପ୍ରାୟ ୫ ଶହ ବୃକ୍ଷ ଯଥା- ଲିମ୍ବ ଗଛ ୩ ଶହ, କୋନାକାର୍ପାସ୍ ୧୦୦, ଛୋତିଆନ୍ ୧୦୦ ବୃକ୍ଷ ରୋପଣ କରାଯାଇଥିଲା ।