ପିପିଲି ରେ ଅଖିମୁଠି ଅନୁକୁଳ କଲେ ଆତ୍ମା ଅଧ୍ୟକ୍ଷ

ପିପିଲି ରେ ଅଖିମୁଠି ଅନୁକୁଳ କଲେ ଆତ୍ମା ଅଧ୍ୟକ୍ଷ

ଓଡିଶା ଜିଲ୍ଲା ପୁରୀ ବଡ ଖବର
#ପିପିଲି_ରେ_ଅଖିମୁଠି_ଅନୁକୁଳ_କଲେ_ଆତ୍ମା-ଅଧ୍ୟକ୍ଷ      ପିପିଲି  : ( ବିଜୟ କୁମାର ମହାପାତ୍ର ) ନିଜ ଜମିରେ ଧାନ ବୁଣି ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ପିପିଲି ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ ଆରମ୍ଭ କରିଛନ୍ତି । ଅକ୍ଷୟ ତୃତୀୟା ଉପଲକ୍ଷେ ଆଜି ସକାଳୁ ରିତିନୀତି ଅନୁଯାୟୀ ଜମିରେ ଇଷ୍ଟ ଦେବା ଦେବୀଙ୍କୁ ପୂଜା କରାଯାଇଥିଲା । ତାପରେ ଶ୍ରୀ ସାହୁ ନିଜେ ବିଲରେ ଧାନ ବୁଣି ଅଖିମୁଠି ଅନୁକୂଳ ଆରମ୍ଭ କରିଥିଲେ । ସାରା ଦେଶକୁ କରୋନା ସଂକ୍ରମଣ ବିପତ୍ତି ପଡିଥିବା ବେଳେ ଚାଷୀକୁଳକୁ ଦୁଃଖ ପରେ ଦୁଃଖ ମାଡି ବସିଥିଲେ ବି ଆଜିର ଅଖିମୁଠି ଅନୁକୂଳ ମହା ଆଡମ୍ବରରେ ପାଳନ ନ କରାଯାଇ କେବଳ ବିଧି ମୁତାବକ ଚାଷୀ ମାନଙ୍କ ମଙ୍ଗଳ ପାଇଁ ଏହି ପୂଜା ବିଧି ପାଳନ କରାଯାଇଥିଲା ବୋଲି ଆତ୍ମାର ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ ।
ସେହିପରି ଦୁର୍ଗାଦାଶପୁର,କଣ୍ଟି,ପାଣିଦୋଳ,କୁଳଶେଖର,ମଙ୍ଗଳପୁର,ଜଗନ୍ନାଥପୁର,ଓରକଳ,ଗୋବିନ୍ଦପୁର,ପମସରା,ହାଟସାହି,ଭାରତୀପୁର,ଯଶୁଆପୁର,ବୀରପୁରଷତମପୁର,ରଥପୁରୁଷତମପୁର,ସରସ୍ୱତୀପୁର,ରୁପଦେଇପୁର ପଂଚାୟତରେ ଅକ୍ଷୟ ତୃତୀୟାରେ ଚାଷୀମାନେ ନିଜ ନିଜ ଜମିରେ ବିଧି ମୁତାବକ ଧାନବୁଣା କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି  । ଏହି ତିଥିରେ ଅନୁକୂଳକରି ଚାଷ କାର୍ଯ୍ୟ ଆରମ୍ଭ କଲେ ଫସଲ ଭଲ ହୁଏ ବୋଲି ପୁର୍ବପୁରୁଷରୁ ସମସ୍ତ ଚାଷୀ ମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି ।ସେଥିପାଇଁ ଏହି ଅକ୍ଷୟ ତୃତୀୟା ତିଥିରେ ପ୍ରତିବର୍ଷ ଚାଷ କାର୍ଯ୍ୟ ଆରମ୍ଭ କରା ଯାଇଥାଏ । ମାତ୍ର ଚାଷୀ ଗତବର୍ଷ ଫନି ମହାବାତ୍ୟାରେ ଦୁର୍ଦ୍ଦିନ ଅବସ୍ଥାରେ ରହିଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ବଡ ଦୁଃଖ ହୋଇ ସମଗ୍ର ବିଶ୍ୱ ପାଇଁ ଠିଆ ହୋଇଛି ତଥାପି ଚାଷୀ ତାର ଚାଷ କାର୍ଯ୍ୟକରି ଦେଶ ଦୁନିଆକୁ ଆହାର ଯୋଗାଇ ଚାଲିଛି । ଏହି ବର୍ଷ ଅନୁକୂଳ ପୂର୍ବରୁ ପ୍ରବଳ ବର୍ଷା ହୋଇଥିବାରୁ ଚାଷୀମାନଙ୍କ ଚାଷ କାର୍ଯ୍ୟରେ ଶିଥିଳତା ଦେଖାଦେଇଛି ।