ପିଏମ କିଷାନ ଯୋଜନା ତାଲିକାରୁ ଅନେକ ଚାଷୀ ବଞ୍ଚିତ

ପିଏମ କିଷାନ ଯୋଜନା ତାଲିକାରୁ ଅନେକ ଚାଷୀ ବଞ୍ଚିତ

ଓଡିଶା କଳାହାଣ୍ଡି ଜିଲ୍ଲା

#ପିଏମ_କିଷାନ_ଯୋଜନା_ତାଲିକାରୁ_ଅନେକ_ଚାଷୀ_ବଞ୍ଚିତ            ଭବାନୀପାଟଣା   : ( ରଜନୀ କାନ୍ତ ମୁନି ) କେନ୍ଦ୍ର ସରକାର ସମସ୍ତ ଛୋଟ ଏବଂ ନାମମାତ୍ର   ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ସଦର ବ୍ଲକର ଅନେକ ଚାଷୀ ଙ୍କ ତାଲିକାରେ ନାମ ନାହିଁ l କାଳିଆ ଯୋଜନାରେ ଅନେକ ଚାଷୀ ତାଲିକା ଭୁକ୍ତ ଥାଇ ମଧ୍ୟ ପିଏମ କିଷାନ ରେ ନାମ ନାହିଁ l ଏନେଇ କୃଷି କର୍ମୀ ଙ୍କୁ ଚାଷୀ ମାନେ ଅଭିଯୋଗ କରିବାରୁ ସିଧା ସଳଖ ସେ ମନା କରିଦେଇଛନ୍ତି ।ଏହା ଆମ ହାତରେ ନାହିଁ ରାଜ୍ୟ ସରକାର କେନ୍ଦ୍ରକୁ ତାଲିକା ପଠାଇ ଛନ୍ତି ବୋଲି କହୁଛନ୍ତି l କେଉଁ ଆଧାରରେ ତାଲିକା ପଠେଇ ଛନ୍ତି ସେକଥା ସେମାନେ ଜାଣିବେ ବୋଲି ମତ ଦେଉଛନ୍ତିl ଏଠାରେ ପ୍ରଶ୍ନ ଉଠୁଛି ଚାଷୀଙ୍କ ତାଲିକା କେଉଁ ଆଧାର ରେ ପଠାଗଲା? ଯଦି ରାଜ୍ୟସରକାର କାଳିଆ ଯୋଜନା ତାଲିକାକୁ ପଠାଇଲେ ତେବେ କାଳିଆ ତାଲିକାରେ ନାମ ଥିବାବେଳେ ପିଏମ କିଷାନ ରେ କେମିତି ନାମ ନାହିଁ l ସଦର ବ୍ଲକ ର ବଳରାମପୁର ଗ୍ରାମ ଏକ କୃଷି ପ୍ରଧାନ ଗ୍ରାମ ।ଏହି ଗ୍ରାମ ର 90ପ୍ରତିଶତ ଲୋକ ଚାଷ କାମ ଉପରେ ନିର୍ଭର କରନ୍ତି କିନ୍ତୁ ଏହିଗ୍ରାମ ର ଅଧିକାଂସ ଚାଷୀଙ୍କ ନାମ ନାହିଁ l ଏଭଳି ସଦର ବ୍ଲକ ର ଅନେକ ଚାଷୀ ପିଏମ କିଷାନ ପାଇଵା ରୁ  ବଞ୍ଚିତ ଅଛନ୍ତି l