#ପରମ୍ପରା_ସମ୍ମତ_ଓ_ଶାସ୍ତ୍ର_ସମ୍ମତ_ବିକଳ୍ପ_ଗ୍ରହଣ_କରାଯିବ ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟଙ୍କ ରାୟ ଏବଂ ଏହାକୁ ପାଳନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏକ ପରମ୍ପରା ସମ୍ମତ ଓ ଶାସ୍ତ୍ର ସମ୍ମତ ବିକଳ୍ପ ଅନୁସନ୍ଧାନ କରାଯିବ ବୋଲି ଆଜି ପୁରୀର ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ସମିତିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି । ମହାରାଜ କହିଛନ୍ତି ଯେ ,ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ସହ ଶ୍ରୀମନ୍ଦିର ପରିଚାଳନା ସମିତିର ବୈଠକ ପରେ ଏହାର ସ୍ୱରୂପ କିଭଳି ହେବ ତାହା ସ୍ଥିର କରାଯିବ। କିପରି ଶ୍ରୀମନ୍ଦିର ପରମ୍ପରାର ବିଧିରକ୍ଷା ହୋଇପାରିବ ସେ ନେଇ ସନ୍ଧ୍ୟା ବୈଠକରେ ଆଲୋଚନା ହେବ। ଏହାପରେ ବିକଳ୍ପ ସମ୍ପର୍କରେ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଅଗବତ କରାଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଏଥିସହ ବର୍ତ୍ତମାନ ପରିସ୍ଥିତିରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧର ପଣା, ନିଳଦ୍ରୀବିଜେ ସମ୍ଭବ ନୁହେଁ ବୋଲି ଗଜପତି କହିଛନ୍ତି ।