ଡିଲରଙ୍କ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ଡିଲରଙ୍କ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ଓଡିଶା କେନ୍ଦୁଝର ଜିଲ୍ଲା ରାଜ୍ୟ

#ଡିଲରଙ୍କ_ଅନିୟମିତତା_ନେଇ_ଜିଲ୍ଲାପାଳଙ୍କୁ_ଅଭିଯୋଗ                କେନ୍ଦ୍ରାପଡା  :     ଜିଲ୍ଲାର ରାଜକନିକା ବ୍ଲକ ଅଧିନ ଦେଉଳତରା  ପଂଚାୟତରେ ଖାଉଟୀ ସାମଗ୍ରୀ ବଣ୍ଟନରେ ଡିଲର ଅନିୟମିତତା କରୁଥିବା ଜିଲ୍ଲାପାଳଙ୍କ ଠାରେ ଖାଉଟୀ ମାନେ ଅଭିଯୋଗ କରିଛନ୍ତି । ଶୁକ୍ରବାର ଶତାଧିକ ପଂଚାୟତବାସୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଲିଖିତ ଅଭିଯୋଗ କରି ଏହି ଅସାଧୁ ରିଟେଲର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଅଭିଯୋଗ ମୁତାବକ ପଂଚାୟତର ୨୦ ବର୍ଷ ଧରି ଡିଲର ଥିବା ପୁରସ୍ତମ ଦାସ ଖାଉଟୀ ମାନଙ୍କୁ ୫ କିଲୋ ବଦଳରେ ୪ କିଲୋ ଚାଉଳ, କିରାସିନି ୨ ଲିଟର ବଦଳରେ ୧.୫ ଲିଟର ବଣ୍ଟନ କରୁଛନ୍ତି । ଏନେଇ ଖାଉଟୀ ମାନେ ବାରମ୍ବାର ବିଡିଓଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ
ନକରିବାରୁ ଖାଉଟୀମାନେ ଶୁକ୍ରବାର ଜିଲ୍ଲାପଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରଦାନ ସମୟରେ ବିମଳ ବାରିକ, ପ୍ରହଲ୍ଲାଦ ବାରିକ, ପ୍ରତାପ ବାରିକ, ଚନ୍ଦ୍ରମଣି ବାରିକ, ସୁମନ୍ତ କୁମାର ଦାସ, ପ୍ରଦୀପ ଦାସ, ସଚ୍ଚୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଜିଲ୍ଲାପାଳ ଶ୍ରୀ ବର୍ମା ତଦନ୍ତ ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବାର ଜଣା ପଡିଛି ।