ଜିଲ୍ଲାପାଳଙ୍କ ତାଗିଦ ପରେ ଅବକାରୀ ବିଭାଗର ତତ୍ପରତା

ଜିଲ୍ଲାପାଳଙ୍କ ତାଗିଦ ପରେ ଅବକାରୀ ବିଭାଗର ତତ୍ପରତା

ଓଡିଶା ଜିଲ୍ଲା ରାୟଗଡା
#ଜିଲ୍ଲାପାଳଙ୍କ_ତାଗିଦ_ପରେ_ଅବକାରୀ_ବିଭାଗର_ତତ୍ପରତା      ରାୟଗଡା (ଗୁରୁ ପ୍ରସାଦ ସାହୁ)  ଗତ କିଛି ଦିନ ଧରି ରାୟଗଡା ଜିଲ୍ଲା କରୋନା ପାଇଁ ଲକ ଡାଉନ ହୋଇଛି। ଏଭଳି ପରିସ୍ଥିତିରେ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବା ରୁ ଏହି ବନ୍ଦର ଫାଇଦା ଉଠାଇ  ଚୋରା ମଦ ବେପାରୀ ମାନେ ଚଳ ଚଞ୍ଚଳ ହୋଇ   ଚୋରା ମଦ ତିଆରି କରି ବିକ୍ରି କରୁଥିବା ଓ ବିକ୍ରି ସ୍ଥଳରେ ମଦୁଆଙ୍କ ଭିଡ଼ ଜମୁଥିବା ଖବର ଜିଲ୍ଲାପାଳଙ୍କ ଦୃଷ୍ଟିକୁ  ଆସିଥିଲା।  ଜିଲାପାଳ ଅବକାରୀ ଅଧିକାରୀଙ୍କୁ ତାଗିଦ କରିବା ପରେ ଶୋଇ ରହିଥିବା ଅବକାରୀ ବିଭାଗର ନିଦ ଭାଙ୍ଗିଥିବା ଓ ଜିଲ୍ଲାର କୋଣ ଅନୁକୋଣ ତନାଘନ ଜୋର କରିଥିବା କିଛି ଦିନ ଧରି ଦେଖିବାକୁ ମିଳିଛି। ଗତ କିଛିଦିନ ମଧ୍ୟରେ ବହୁ ଚୋରା ମଦ ବେପାରୀ ଓ ଚୋରା ମଦ ଜବତ ହୋଇଥିବା ଖବର ଗଣ ମାଧ୍ୟମରେ ପ୍ରକାଶ ପାଇଛି। ଆଜି ରାୟଗଡା,ବିଷମ କଟକ ଓ ଗୁଡାରି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଧର ପଗଡ଼ ରେ ୮୫ଲିଟର ରନ୍ଧା ମଦ, ଓ ୪୦ ଲିଟର  ତାଡି ସାଙ୍ଗକୁ ୧୫୦୦ କେଜି ପୋଚ ମହୁଲ ଜବତ କରିବା ସହ ଦୁଇ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି ।