କରୋନା ଜୀବାଣୁ ର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ରାୟଗଡା ଜିଲ୍ଲାବାସୀ

କରୋନା ଜୀବାଣୁ ର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ରାୟଗଡା ଜିଲ୍ଲାବାସୀ

ଓଡିଶା ଜିଲ୍ଲା ରାୟଗଡା

#କରୋନା_ଜୀବାଣୁ_ର_ମୁକାବିଲା_ପାଇଁ_ଅଣ୍ଟା_ଭିଡ଼ିଲେ_ରାୟଗଡା_ଜିଲ୍ଲାବାସୀ     ରାୟଗଡା : ( ଗୁରୁ ପ୍ରସାଦ ସାହୁ ) କରୋନା ଜୀବାଣୁ ଓ ରୋଗ କୁ ନେଇ  ସାରା ବିଶ୍ଵବାସୀ ଏକ ପ୍ରକାର ଭୟ ଓ ସ୍ତବ୍ଧ ପାଲଟି ଯାଇଛନ୍ତି ।  କରୋନା ଜୀବାଣୁ ବର୍ତ୍ତମାନ ଦିନରେ ସବୁଠାରୁ ଭୟଙ୍କର ଜୀବାଣୁ ଯାହା ଚୀନର ଉହାନ ସହର ରୁ ଆରମ୍ଭ ହୋଇ  ଚୀନରେ ହଜାର ହଜାର ଜନତା ଙ୍କ ଜୀବନ ନେବା ପରେ  ବର୍ତ୍ତମାନ ସାରା ବିଶ୍ୱ ର କୋଣ ଅନୁକୋଣରେ  ପ୍ରବେଶ କରି  ହଜାର ହଜାର ଜୀବନ କୁ  ଗ୍ରାସ କରିସାରିଲେଣି। ବର୍ତ୍ତମାନ ସୁଦ୍ଧା ଏହି ରୋଗ ପାଇଁ କୌଣସି ପ୍ରତିଶେଧକ ଟୀକା  ବୈଜ୍ଞାନିକ ମାନେ ଦିନ ରାତି ଏକ କରି ମଧ୍ୟ  ବାହାର କରିବା ରେ ସକ୍ଷମ ହୋଇ ପାରି ନାହାନ୍ତି। ଏହି ଜୀବାଣୁ ଗୋଟିଏ ମଣିଷ ଦେହରୁ ଅନ୍ୟ ମଣିଷ ଦେହରେ ବହୁତ ସହଜରେ ପ୍ରବେଶ କରି ଯାଉଛି । ଏହାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ପକ୍ଷତୁ ଲକଡାଉନ ଘୋଷଣା କରାଯାଇଛି ।

ରାୟଗଡା ଜିଲ୍ଲା ବାସୀ ଏହି ପ୍ରଳୟଙ୍କରୀ ଜୀବାଣୁ ଠାରୁ ନିଜକୁ ସୁରକ୍ଷିତ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ  ଲକ ଡାଉନ କୁ ନିଷ୍ଠା ଓ ନିଜର ମୁଖ୍ୟ କର୍ତ୍ତବ୍ୟ ଭାବି  ପାଳନ କରୁଥିବା ଦେଖିବା କୁ ମିଳିଛି। ଜିଲ୍ଲା ତଥା ସାରା ବିଶ୍ୱରେ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଭଗବାନଙ୍କ ନିକଟରେ ପାର୍ଥନା କରୁଛନ୍ତି ଏ ପୃଥିବୀ ପୃଷ୍ଟ କୁ ଏହି ପ୍ରଳୟଙ୍କରୀ ” କରୋନା” ଜୀବାଣୁ ଦାଉରୁ ରକ୍ଷା ପାଇବା ପାଇଁ ।