#କଳାହାଣ୍ଡିରେ_ପୂଣି_ଦୁଇ_କରୋନା_ପଜିଟିଭ_ଚିହ୍ନଟ ଧର୍ମଗଡ : ( ଲକ୍ଷ୍ମୀ କାନ୍ତ ଧଙ୍ଗଡା ମାଝୀ ) କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାରେ ୧୧ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ପୁଣି ଦୁଇ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗ ଫେରନ୍ତା ଦୁଇ ମାଆ (୪୪) ଝିଅ (୧୯) ଜୁନାଗଡ଼ ର ଏକ ଦେୟଯୁକ୍ତ ଟି, ଏମ,ସି, ହୋଟେଲ୍ ରେ ରହୁଥିଲେ , ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିବା ଟ୍ରାଭେଲ ହିଷ୍ଟ୍ରି ଅନୁଯାୟୀ ସେମାନେପଶ୍ଚିମବଙ୍ଗରୁ ଗତ ୧୨ ତାରିଖ ଦିନ ଟ୍ରେନ ଯୋଗେ ସମ୍ବଲପୁର ଆସି ଭବାନୀପାଟଣା ପହଞ୍ଚି ଥିଲେ ଓ ଜୁନାଗଡ଼ ର ଏକ ଦେୟଯୁକ୍ତ ଟି,ଏମ,ସି, ହୋଟେଲ୍ ରେ ରହୁଥିଲେ। ବର୍ତ୍ତମାନ ଦୁଇଜଣ ଙ୍କୁ ଭବାନୀପାଟଣା କୋଭିଡ ୧୯ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏହି ଦୁଇଜଣଙ୍କୁ ମିଶାଇ କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହା ପୂର୍ବରୁ ଗୋଲାମୁଣ୍ଡା ବ୍ଳକ ର ଦୁଇଜଣ ବ୍ୟକ୍ତି ସୁସ୍ଥ ହୋଇଘରକୁ ଫେରିଛନ୍ତି ।
