କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ

ଓଡିଶା ଜିଲ୍ଲା ନୟାଗଡ଼

#କରୋନା_ଯୋଦ୍ଧାଙ୍କୁ_ଧନ୍ୟବାଦ_ପତ୍ର_ପ୍ରଦାନ           ନୟାଗଡ   :  ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର  ବିଜେପି ନେତ୍ରୀ ଇଂ ଅର୍ଚ୍ଚନା ଦାଶ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ବର୍ତ୍ତlରେ କରୋନା ପାଇଁ ୩ ସୂତ୍ରୀ ନିୟମକୁ ଅନୁସରଣ କରି  ନିଜର ଚେଷ୍ଟା ରେ ଘରେ ନିଜେ ଓ ମହିଳା କର୍ମୀଙ୍କ ସହଯୋଗ ରେ ଶହ ଶହ ମାସ୍କ ତିଆରି କରି ଅସହାୟ ଗରିବ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ଏହା ଛଡା କରୋନା ମୁକାବିଲା ରେ କର୍ତ୍ତଵ୍ୟରତ ଡାକ୍ତର, ପୋଲିସ ବାହିନୀ, ସାମ୍ବାଦିକ ମାନଂକୁ ଧନ୍ୟବାଦ ପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି l କରୋନା ଭୁତାଣୁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିଲା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଲକଡାଉନ ଓ ସଟଡାଉନ ପନ୍ଥା ଆପଣାଇଛନ୍ତି l ଯାହା ଦ୍ୱାରା କି ସମସ୍ତେ ନିଜ ନିଜ ଘରେ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି l ସରକାରଙ୍କ ଏହି ନିୟମ ରେ ନିଜ ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟ କର୍ମୀ, ପୋଲିସ ବାହିନୀ ଓ ସାମ୍ବାଦିକ ମାନେ ଏହି କରୋନା ଯୁଦ୍ଧ ରେ ଜଣେ ଜଣେ ଯୋଦ୍ଧା ସାଜିଛନ୍ତି l ସେମାନଙ୍କ କର୍ତ୍ତଵ୍ୟ ପରାୟଣ ସେବା ଓ ଅତୁଳନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରିବା ସହ ଉତ୍ସlହିତ କରିଥିଲେ l