କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଶିକ୍ଷକ ଶିକ୍ଷାଧିକାରୀ ମାନଙ୍କ ୪୯,୭୮,୫୪୧ଦାନ

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଶିକ୍ଷକ ଶିକ୍ଷାଧିକାରୀ ମାନଙ୍କ ୪୯,୭୮,୫୪୧ଦାନ

ଓଡିଶା ଜିଲ୍ଲା ରାୟଗଡା
#ମୁଖ୍ୟମନ୍ତ୍ରୀ_ରିଲିଫ_ଫଣ୍ଡକୁ_ଦାନ          ରାୟଗଡା   :  ରାୟଗଡା ଜିଲ୍ଲାରେ ବସ ବାସ କରୁଥିବା ସମସ୍ତ ଜନବାସୀ ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ମାନବିକତା ଭରପୁର ରହି ଆସିଛି ଓ ଠିକ ସମୟରେ ତାର ସଦୁପଯୋଗ କରି ଥିବା ଦେଖିବକୁ ମିଳିଛି । ଏହି ଜିଲ୍ଲାର ବିଭିନ୍ନ ସଂଗଠନ, ବ୍ୟବସାୟୀ, ସ୍ୱେଚ୍ଛାସେବୀ, ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଭିନ୍ନ ସରକାରୀ ବିଭାଗ ନିଜ ନିଜ ସାମର୍ଥ୍ୟନୁସାରେ କୋଭିଡ ୧୯ ର ମୁକାବିଲା ପାଇଁ ସ୍ୱ ହସ୍ତରେ ଖୁସି ଖୁସି ରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଦାନ କରିଛନ୍ତି। ଶୁକ୍ରବାର ସାରା ଓଡ଼ିଶାରେ ରାୟଗଡା ଜିଲ୍ଲା ର ଶିକ୍ଷକ ଓ ଶିକ୍ଷାଧିକାରୀ ଓ ସହକର୍ମୀ ମିଳିତ ହୋଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୪୯,୭୮,୫୪୧ ଟଙ୍କା ଅର୍ଥ ରାଶି ରାୟଗଡା ଜିଲ୍ଲା ପାଳଙ୍କ ଜରିଆରେ ପଠାଇଛନ୍ତି। ଏହି ଜିଲ୍ଲା ଶିକ୍ଷା ଅଧିକାରୀ ଓ କର୍ମଚାରୀ ଓ ଶିକ୍ଷକ ଙ୍କୁ ଜିଲ୍ଲା ତଥା ରାଜ୍ୟ ତଥା ଦେଶ ପାଇଁ ଏକ ପ୍ରେରଣା କହିଲେ କିଛି ଭୁଲ ହେବ ନାହିଁ।  ଏହି ବିଭାଗ ର ମହନୀୟତା କୁ ଓଡିଶା ର ଅନ୍ୟ ଜିଲ୍ଲା ଅନୁପ୍ରାଣିତ ହେଲେ ଆମ ରାଜ୍ୟ କରୋନା  ଯୁଦ୍ଧ ରେ ବିଜୟ ର ମୁକୁଟ ଧାରଣ କରିବ ବୋଲି ବୁଦ୍ଧିଜୀବୀ ଆଶା ବାନ୍ଧିଛନ୍ତି ।