ଅଯଥା ବାହାରେ ଭ୍ରମଣ, କ୍ୱାରେନଟାଇନ୍ ହୋମକୁ ନିୟନ୍ତ୍ରଣ

ଅଯଥା ବାହାରେ ଭ୍ରମଣ, କ୍ୱାରେନଟାଇନ୍ ହୋମକୁ ନିୟନ୍ତ୍ରଣ    

ଓଡିଶା ଜିଲ୍ଲା ଯାଜପୁର

#ଅଯଥା_ବାହାରେ_ଭ୍ରମଣ,_କ୍ୱାରେନଟାଇନ୍_ହୋମକୁ_ନିୟନ୍ତ୍ରଣ     ଯାଜପୁର  : ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗୁ ହୋଇଥିବା ସଟଡାଉନ୍ ଯଦିଓ ଉଠାଇ ଦିଆଯାଇଛି କିନ୍ତୁ ଲକଡାଉନ୍ ବ୍ୟବସ୍ଥା ପୂର୍ବବତ ଜାରି ରହିଛି । ସେହିପରି ବ୍ରହ୍ମବରଦା ଅଞ୍ଚଳରେ ଯେହେତୁ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତେଣୁ ତାହାର ୩ କିଲୋମିଟର ପରିଧି ମଧ୍ୟରୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ତେବେ ଲକଡାଉନ ପରେ ଯେପରି ଅଧିକ ଲୋକ ଗହଳି ନହୁଏ।ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବାବେଳେ ସାମାଜିକ ଦୂରତାକୁ ଅନୁପାଳନ କରାଯାଏ ଓ ଅଯଥା ଲୋକମାନେ ନ ବୁଲନ୍ତୁ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପୂର୍ବରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ । ସଟଡାଉନ ସମୟରେ ଜିଲ୍ଲାବାସୀ ସଂପୂର୍ଣ୍ଣ ସହଯୋଗ କରିଛନ୍ତି । ସେଥିପାଇଁ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Two More From Odisha's Jajpur Attended Nizamuddin Jamaat – ODISHA ...

ଅପର ପକ୍ଷରେ ଭିଡକୁ ନିୟନ୍ତ୍ରିତ କରିବାକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ପାଇଁ ଚାଲିଚାଲି ଆସିବା ଓ ଆଦୌ ଗାଡି ବ୍ୟବହାର ନକରିବାକୁ ସେ ନିବେଦନ କରିଥିଲେ । ତେବେ ମଙ୍ଗଳବାର ଦିନ ଏହାକୁ ଉଲ୍ଲଙ୍ଘନ କରି ବାଳାଶ୍ରମ ପରିବା ମାର୍କେଟ, ଗାନ୍ଧିଛକ, ମେଡିକାଲଛକ, ଅଠରନଳାପୋଲ ଇତ୍ୟାଦି ସ୍ଥାନରୁ ୪୨ଗୋଟି ୨ଚକିଆ ଯାନକୁ ଜବତ କରାଯାଇ ଥାନାକୁ ଅଣାଯାଇଛି । ସମଗ୍ରଜିଲ୍ଲାରେ ଗହଳି କମାଇବା ଉଦ୍ଦେଶ୍ୟରେ ଏହିଭଳି ପଦକ୍ଷେପ ଯୋଗୁଁ ୩୦୨ଗୋଟି ଗାଡି ଜବତ ହୋଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ସୂଚନା ଦେଇଛନ୍ତି । ଏହି ଗାଡି ଗୁଡିକ କରୋନାର ସ୍ଥିତି ସ୍ୱଭାବିକ ହେବା ପରେ ଗାଡି ମାଲିକମାନଙ୍କର କାଗଜପତ୍ର ସଠିକ୍ ଆଧାରରେ ପେନାଲ୍ଟି ଆଦାୟ କରାଯାଇ ଗାଡି ହସ୍ତାନ୍ତର ହେବବୋଲି ଜିଲ୍ଲାପାଳ ଶ୍ରୀ ଦାସ ସ୍ପଷ୍ଟ କରିଦେଇଛନ୍ତି ।

ଭବିଷ୍ୟତରେ ମଧ୍ୟ ଏହି ଅଭିଯାନ ସମଗ୍ର ଜିଲ୍ଲାରେ ଜାରି ରହିବ ଓ ଅଯଥାରେ ବାହାରେ ବୁଲୁଥିବା ଯେ କୌଣସି ଗାଡିକୁ ଜବତ କରାଯିବ ବୋଲି ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ଆପଣମାନଙ୍କ ମଙ୍ଗଳ ଓ ଜୀବନରକ୍ଷା ପାଇଁ ଅସୁରକ୍ଷିତ ଭାବେ ପଦାରେ ବୁଲୁଛନ୍ତି । ଏକମାତ୍ର ଉଦ୍ଦେଶ୍ୟ ଜିଲ୍ଲାବାସୀ ସୁରକ୍ଷିତ ରୁହନ୍ତୁ ଏବଂ ଆପଣମାନେ ଘରେ ରହିଲେ ହିଁ ସୁରକ୍ଷିତ ରହିପାରିବେ । କିନ୍ତୁ କେତେକ ଅମାନିଆଙ୍କ ଯୋଗୁଁ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଅସୁରକ୍ଷିତ ହେବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସତର୍କ କରାଇଦେବା ସହ ପ୍ରତ୍ୟେକ ପରିବାରର ମୁଖ୍ୟମାନେ ପରିବାରର ପ୍ରତିଟି ସଦସ୍ୟକୁ ଏହାକୁ ବୁଝେଇବାକୁ ଓ ଘରେ ହିଁ ରଖାଇବାକୁ ଅନୁରୋଧ କରିଛନ୍ତି । ଅନ୍ୟଥା ଅଯଥା ବାହାରକୁ ଆସୁଥିବା ଯେ କୌଣସି ବ୍ୟକ୍ତିଙ୍କର ଗାଡି ସିଜ୍ କରାଯିବା ସହ ତାଙ୍କୁ ସରକାରୀ ହୋମକ୍ୱାରେଣ୍ଟାଇନ୍ ରେ ୧୪ଦିନ ପାଇଁ ବାଧ୍ୟତାମୂଳକ ଭାବେ ରଖାଯିବ ବୋଲି କଢ଼ା ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଧରପଗଡରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, କାଜଲ ପ୍ରଧାନ, ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି, ପୌରନିର୍ବାହୀ ଅଧିକାରୀ ଅଜୟ ମହାନ୍ତି, ଯାଜପୁର ଥାନା ଆଇ.ଆଇ.ସି ଆଶିଷ ସାହୁ, ଆର.ଏମ.ଏସ୍ ରମେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।