ମା’ ତାରିଣୀ ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ଫଳ ବଜାର

ଓଡିଶା ବଡ ଖବର ମହାନଗର

ଭୁବନେଶ୍ୱର : ଭୁବନେଶ୍ୱର କଳ୍ପନା ଛକ ଓଭରବ୍ରିଜ ନିକଟରେ ଥିବା ଫଳ ବଜାରରେ ଗୁରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ ପରିମାଣରେ କ୍ଷୟକ୍ଷତି ହୋଥିବା ଜଣାପଡିଛି। ଅଗ୍ନିକାଣ୍ଡରେ ମା’ ତାରିଣୀ ଭେଣ୍ଡିଂ ଜୋନ୍‌ରେ ଥିବା ୨୫ଟି ଫଳ ଦୋକାନ ଜଳିଯାଇଛି । ଘଟଣା ସମ୍ପର୍କରେ ଅବଗତ ହେବାପରେ

ଅଗ୍ନିଶମ ବାହିନୀ କର୍ମଚାରୀ  ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଫଳ ଓ ସାମଗ୍ରୀ ପୋଡ଼ିଯାଇଛି । ତେବେ ନିଆଁ କିପରି ଲାଗିଲା  ସେ ସମ୍ପର୍କରେ କିଛି ଜଣା ପଡ଼ି ନାହିଁ।