ନ୍ୟୁଜିଲାଣ୍ଡଠାରୁ ୨୨ରନରେ ହାରି ଏକଦିବସୀୟ ସିରିଜ୍ ହାତଛଡ଼ା କଲା ଟିମ୍ ଇଣ୍ଡିଆ

ଖେଳ ଦେଶ -ବିଦେଶ ବଡ ଖବର

ଅକଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଟି-୨୦ ସିରିଜକୁ ୫-୦ରେ ଜିତିବା ପରେ ଏକଦିବସୀୟ ସିରିଜକୁ ୨-୦ରେ ହାତଛଡ଼ା କରିଛି।  ଆଜି ଅକଲାଣ୍ଡର  ଇଡେନ୍ ପାର୍କରେ ଅନୁଷ୍ଠିତ ଏକଦିବସୀୟ ସିରିଜର ଦ୍ବିତୀୟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ଭାରତକୁ ୨୨ରନରେ ପରାସ୍ତ କରିଛି।

Image result for new zealand and india

ଆଜି ଟସ୍ ଜିଣି ଅଧିନାୟକ ବିରାଟ କୋହଲି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଶା କରାଯାଉଥିଲା କି ପଛରେ ବ୍ୟାଟିଂ ଜିତିବାରେ ସହାୟକ ହେବ। ମାତ୍ର ସେପରି ହେଲାନାହିଁ।  ନ୍ୟୁଜଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ ୮ଉଇକେଟ୍ ହରାଇ ୨୭୩ରନ୍ କରିଥିଲା। ଏହା ପରେ ୨୭୪ ରନର ଟାର୍ଗେଟ ଦେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ମାତ୍ର ଭାରତୀୟ ବ୍ୟାଟସମ୍ୟାନମାନେ ନ୍ୟୁଜିଲାଣ୍ଡର ବୋଲିଂ ଆକ୍ରମଣର ସଠିକ ମୁକାବିଲା  କରିପାରି ନ ଥିଲେ। ବି‌ଶେଷ କରି ଟପ୍ ଅର୍ଡର ବିଫଳ ହେବା ଦ୍ବାରା ଭାରତର ବିଜୟ ଆଶା ଧୂଳିସାତ ହୋଇଯାଇଥିଲା।

ଭାରତର ସ୍କୋର ମାତ୍ର ୩୪ ହୋଇଥିବା ବେଳେ ୨ ଉଇକେଟ୍ ହରାଇଥିଲା ଦଳ । ଏହାପରେ ଅଧିନାୟକ ବିରାଟ କୋହଲି ମାତ୍ର ୧୫ରନ୍ କରି ଆଉଟ୍ ହୋଇଯିବା ପରେ କେ.ଏଲ୍ ରାହୁଲ ଓ ରବିନ୍ଦ୍ର ଜାଡ଼େଜା ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ହେଁ ମ୍ୟାଚକୁ ବଞ୍ଚାଇ ପାରି ନ ଥିଲେ। ରାହୁଲ ୫୨ ଓ ଜାଦେଜା ୫୫ କରିଥିଲେ ହେଁ ରନ୍ ସଂଗ୍ରହ ଧିମେଇ ଯିବା ସହ ଉଇକେଟ୍ ପଡ଼ିବାରେ ଲାଗିଥିଲା । ଫଳରେ ଟିମ୍ ଇଣ୍ଡିଆ ୪୮.୩ ଓଭରରେ ଖେଳି ୨୫୧ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।ଆଜିର ମ୍ୟାଚରେ ମାର୍ଟିନ ଗୁପଟିଲ୍ ସର୍ବାଧିକ ୭୯ରନ୍ କରିଥିବା ବେଳେ ରସ୍ ଟେଲର ୭୩ରନ୍ ସଂଗ୍ରହ କରିଥିଲେ। ସେହିପରି ୟୁଜବେନ୍ଦ୍ର ଚହଲ ୫୮ରନ୍ ଦେଇ ୩ ଉଇକେଟ୍ ହାସଲ କରି ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିବା ବେଳେ ବେଳେ ନ୍ୟୁଜିଲାଣ୍ଡର ଟିମ୍ ସାଉଦୀ ୪୧ ରନ୍ ଦେଇ ୨ଉଇକେଟ୍ ହାସଲ କରିଥିଲେ।