କରୋନା ଲାଗି ‘ଉମରାହ’ ଉପରେ ଲାଗିଲା କଟକଣା

କରୋନା ଲାଗି ‘ଉମରାହ’ ଉପରେ ଲାଗିଲା କଟକଣା

ଦେଶ -ବିଦେଶ ବଡ ଖବର ବିଶେଷ

#କରୋନା_ଲାଗି_‘ଉମରାହ’_ଉପରେ_ଲାଗିଲା_କଟକଣା      ରିୟାଦ୍:  ଚୀନରେ  କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାଉଦୀ ଆରବ ସରକାର ଗୁରୁବାର ବଡ ନିଷ୍ପତ୍ତି ନେଇଛନ୍ତି। ହଜ୍ ଯାତ୍ରା ଉପରେ ଲଗାଇଛନ୍ତି କଟକଣା। ହଜ୍ ଲାଗି ଏବେ ଯଥେଷ୍ଟ ସମୟ ଅଛି। ତେବେ ଉମରାହ ଲାଗି ଦେଶକୁ ପ୍ରତ୍ୟହ ତୀର୍ଥଯାତ୍ରୀଙ୍କ ଆଗମନ ଲାଗି ରହିଛି। ଏଣୁ ସଂକ୍ରମଣ ଆଶଙ୍କାରେ ସରକାର ଏହି କଟକଣା ଲଗାଇଥିବା ବେଳେ ବିଦେଶମନ୍ତ୍ରାଳୟ  ପ୍ରଦାନ କରିଥିବା ଭିସା ନିଲମ୍ବନ କରିଦେଇଛନ୍ତି।

ଏ ନେଇ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ଉମରାହ ଲାଗି କିଙ୍ଗଡମରେ ପ୍ରବେଶ ନିଲମ୍ବନ କରାଯାଇଥିବା ସୂଚାଇ ଦିଆଯାଇଛି। ବିଦେଶ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ମକ୍କା ଯାତ୍ରା ଲାଗି କେହି ବି ଶ୍ରଦ୍ଧାଳୁ ବର୍ଷର ଯେ କୌଣସି ସମୟରେ ଭିସା ଆବେଦନ କରିପାରନ୍ତି। ତେବେ ଯେଉଁ ଦେଶରେ ଜଣେ ବି ନୂଆ କରୋନା ସଂକ୍ରମିତଙ୍କ ସୂଚନା ମିଳିବ ସେଠାକାର ଯାତ୍ରୀଙ୍କ ଭିସା ନିଲମ୍ବନ କରାଯିବ। ଚୀନ ଉହାନ ସହରରୁ ବ୍ୟାପୀଥିବା ଏହି ଭୂତାଣୁ ଏବେ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି। ଯଦିଓ ଚୀନରେ କରୋନା ମୃତ୍ୟୁହାର ହ୍ରାସ ହେଉଥିବାର ସୂଚନା ମିଳୁଛି ବିଶ୍ୱର ନୂଆ ନୂଆ ଅଞ୍ଚଳରୁ ଏବେ କରୋନା ଅଭିଯୋଗ ମିଳିବାରେ ଲାଗିଲାଣି।

ଯଦିଓ ଚୀନରେ ଏହାର ପ୍ରଦୁର୍ଭାବ ହ୍ରାସର ଦାବି କରାଯାଉଛି ତେବେ ଏସିଆ, ୟୁରୋପ ଓ ମଧ୍ୟ ପ୍ରାଚ୍ୟରେ ଅଚାନକ ସଂକ୍ରମଣ ବୃଦ୍ଧିର ସୂଚନା ମିଳୁଛି। ଏବି ଏହି କ୍ଷେତ୍ରରେ ଇରାନ ଏବେ ନୂଆ ସମସ୍ୟା ହୋଇ ମୁଣ୍ଡ ଟେକିଛି। ଇରାନରେ ଏପର୍ଯ୍ୟନ୍ତ ୧୫ ଜଣ ବିପଦଜନକ ଭାଇରସ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ଏଣୁ ଉପୁଜିଥିବା ସ୍ଥିତିରେ ସାଉଦୀ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି।