ଶେଷରେ ୭ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ, ଫାଶୀ ଖୁଣ୍ଟରେ ଝୁଲିଲେ ଚାରି ଅପରାଧି

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଫାଶୀ ପାଇଁ ୭ ଦିନର ଡେଡ୍‌ଲାଇନ ନିମନ୍ତେ କେନ୍ଦ୍ର ସରକାରଙ୍କ ଆବେଦନ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ:  ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର କେନ୍ଦ୍ର ସରକାର ଆଜି ହଠାତ୍‌  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଫାଶୀ ଦଣ୍ଡ ପାଉଥିବା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ୭ ଦିନର ଡେଡ୍‌ଲାଇନ୍‌ର ବ୍ୟବସ୍ଥା କରିବାକୁ ଆଜି କେନ୍ଦ୍ର ସରକାର ଆବେଦନ କରିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆବେଦନରେ କୁହାଯାଇଛି ଯେ ଫାଶୀ ଦଣ୍ଡ ପାଇଥିବା ଦୋଷୀର ରିଭ୍ୟୁ ପିଟିସନ ଖାରଜ ହେବା ପରେ କ୍ୟୁରେଟିଭ ପିଟିସନର ଆବେଦନ ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରାଯିବା ଦରକାର। ଏହି ସମୟସୀମା ମଧ୍ୟରେ ହିଁ ଦୋଷୀମାନେ ନିଜର ଶେଷ ଆଇନଗତ ଲଢ଼େଇର ସୁଯୋଗ ଆପଣାଇ ପାରିବେ।କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ସଂପୃକ୍ତ କୋର୍ଟ ଡେଥ ୱାରେଣ୍ଟ ଜାରି କରିବେ। ଡେଥ ୱାରେଣ୍ଟ ଜାରି ହେବାର ୭ ଦିନ ମଧ୍ୟରେ ଜଣେ ଦୋଷୀ ଚାହିଁଲେ ରାଜକ୍ଷମା ଆବେଦନ କରିପାରିବ ବୋଲି କୋର୍ଟ ସମୟସୀମା ଧାର୍ଯ୍ୟ କରନ୍ତୁ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆହୁରି କହିଛି ଯେ କ୍ଷମା ଆବେଦନ ଖାରଜ ହେବାର ୭ ଦିନ ମଧ୍ୟରେ ଡେଥ ୱାରେଣ୍ଟ ଜାରି କରିବା ଓ ଏହାର ୭ ଦିନ ମଧ୍ୟରେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ସୁପ୍ରିମକୋର୍ଟ ସବୁ ଅଦାଲତ, ରାଜ୍ୟ ସରକାର, ଜେଲ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ଦରକାର।ବର୍ତ୍ତମାନ ଯେଉଁ ଆଇନ ରହିଛି, ତା’ହା ଦୋଷୀଙ୍କୁ ସୁହାଉଛି। ତେଣୁ ଏହାକୁ ବଦଳାଇ ପୀଡ଼ିତାଙ୍କୁ ନ୍ୟାୟ ଦେବା ଭଳି ନିର୍ଦ୍ଦେଶ ମିଳିବା ଦରକାର। କେନ୍ଦ୍ର ସରକାର ୨୦୧୪ରେ ସୁପ୍ରିମକୋର୍ଟ ଶତୃଘ୍ନ ଚୌହାନ ମାମଲାରେ ଦେଇଥିବା ରାୟରେ ସଂଶୋଧନ କରିବାକୁ ମଧ୍ୟ ଦାବି କରିଛନ୍ତି। ୨୦୧୪ ଶତୃଘ୍ନ ଚୌହାନ ମାମଲାରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ରାଜକ୍ଷମା ଆବେଦନ ପରେ ଫାଶୀ ପାଇବାକୁ ଥିବା ଦୋଷୀକୁ ୧୪ ଦିନର ନୋଟିସ୍‌ ସମୟ ପରେ ହିଁ ଫାଶୀ ଖୁଣ୍ଟରେ ଝୁଲାଯିବ। ତିହାର ଜେଲ ମ୍ୟାନୁଆଲରେ ମଧ୍ୟ ରାଜକ୍ଷମା ପରେ ଜଣେ ଦୋଷୀଙ୍କୁ ୧୪ ଦିନର ସମୟ ଦେବାର ବ୍ୟବସ୍ଥା ରହିଛି।

କେନ୍ଦ୍ର ସରକାର କହିଛନ୍ତି, ବର୍ତ୍ତମାନ ଦେଶ ଏମିତି କିଛି ଅପରାଧର ସାମ୍ନାକୁ କରୁଛି, ଯେଉଁଥିରେ ଅପରାଧୀଙ୍କୁ କେବଳ ମୃତ୍ୟୁଦଣ୍ଡ ମିଳିବା ଦରକାର।
୨୦୧୨ ନିର୍ଭୟା ଘଟଣାରେ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ କେବଳ ମୁକେଶ କୁମାର ସିଂହ ଓ ବିନୟ ଶର୍ମା କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ସେହିପରି କେବଳ ମୁକେଶ ହିଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରି ନିରାଶ ହୋଇଛି।ଅନ୍ୟପକ୍ଷରେ ବିନୟ କୁମାରର ରାଜକ୍ଷମା ଆବେଦନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଗତବର୍ଷ ସେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିବା କୁହାଯାଉଛି। ହେଲେ ବିନୟ ନିଜେ ଏଭଳି କୌଣସି ଆବେଦନ କରି ନଥିଲା ଓ କେବଳ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲା ବୋଲି କହିଛି। ତେଣୁ ତା’ ପାଖରେ ରାଜକ୍ଷମା ଆବେଦନ ବିକଳ୍ପ ରହିଛି।

ଦୋଷୀ ପବନ ଗୁପ୍ତା ଓ ଅକ୍ଷୟ କୁମାର ସିଂହ ଏଯାଏ କ୍ୟୁରେଟିଭ ପିଟିସନ ଦାଖଲ କରି ନାହାନ୍ତି। ସେମାନେ ଫାଶୀରୁ ବଞ୍ଚିବା ପାଇଁ କ୍ୟୁରେଟିଭ ପିଟିସନ ଦାଖଲ କରିବେ ବୋଲି ଉଭୟଙ୍କ ଓକିଲ ସୂଚନା ଦେଇଛି। ଏପରି କି ସେମାନେ ପୃଥକ ପୃଥକ ଭାବେ ମଧ୍ୟ କ୍ୟୁରେଟିଭ ପିଟିସନ ଦାଖଲ କରି ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିପାରନ୍ତି। ତେଣୁ ଏଥିରେ ଉତକ୍ଷିପ୍ତ ହୋଇ କେନ୍ଦ୍ର ସରକାର ଶକ୍ତ ଆଇନ ପ୍ରଣୟନ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।