୮୦ କୋଟି ଲୋକଙ୍କୁ ତିନି ମାସ ପାଇଁ ୩ ଟଙ୍କାରେ ଚାଉଳ, ୨ଟଙ୍କାରେ ଗହମ ମିଳିବ

୮୦ କୋଟି ଲୋକଙ୍କୁ ତିନି ମାସ ପାଇଁ ୩ ଟଙ୍କାରେ ଚାଉଳ, ୨ଟଙ୍କାରେ ଗହମ ମିଳିବ

ଦେଶ -ବିଦେଶ ବଡ ଖବର

#୮୦_କୋଟି_ଲୋକଙ୍କୁ_ତିନି_ମାସ_ପାଇଁ_୩_ଟଙ୍କାରେ_ଚାଉଳ    ନୂଆଦିଲ୍ଲୀ :  ଦେଶରେ  ଲକଡାଉନ ଆରମ୍ଭ ହୋଇଥିବାବେଳେ ଭାରତ ସରକାର ଦେଶର ଗରିବ ଲୋକମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ଆସନ୍ତା ୩ ମାସ ପାଇଁ ଦେଶର ପ୍ରାୟ ୮୦ କୋଟି ଗରିବ ଲୋକ ଓ ଠିକା ଶ୍ରମିକଙ୍କୁ ଗହମ କିଲୋଗ୍ରାମ ପିଛା ୨ ଟଙ୍କା ଓ ଚାଉଳ କିଲୋଗ୍ରାମ ପିଛା ୩ ଟଙ୍କାରେ ଯୋଗାଇଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର ସୂଚନା ଦେଇଛନ୍ତି ।

ଏଥିପାଇଁ କେନ୍ଦ୍ର ସରକାର ପ୍ରାୟ ୧ ଲକ୍ଷ ୮୦ ହଜାର କୋଟି ଖର୍ଚ୍ଚ କରିବେ ଓ ଏହା ରାଜ୍ୟମାନଙ୍କୁ ଆଗ୍ରୀମ ଆକାରରେ ଦିଆଯିବ ବୋଲି ସେ କହିଛନ୍ତି ।  ସେ ଆହୁରି ମଧ୍ୟ କହିଥଲେ ଯେ କରୋନାର ମୁକାବିଲା କରିବା ପାଇଁ ସୋସିଆଲ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ୱ ଜରୁରୀ । ଏଥିପାଇଁ ଲକଡାଉନ କରାଯାଇଛି । କିନ୍ତୁ ଏହି ସମୟରେ ସବୁ ଅତ୍ୟାବଶ୍ୟକ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଉପଲବ୍ଧ ରହିବ ।

ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କଠୋର ପଦକ୍ଷେପ ନେଇ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଣ ଜାରି ରହିବ । ଏହାଛଡ଼ା ଦେଶରେ କରୋନା ମୁକାବିଲା ପାଇଁ ସେ ୧୫ ହଜାର କୋଟିର ପ୍ୟାକେଜ ଘୋଷଣା କରିଥିଲେ ।