୭୦ କରୋନା ସଂକ୍ରମିତ ରୋଗୀରେ ଭର୍ତ୍ତି କୋଠା ଭୁଶୁଡିଲା

୭୦ କରୋନା ସଂକ୍ରମିତ ରୋଗୀରେ ଭର୍ତ୍ତି କୋଠା ଭୁଶୁଡିଲା

ଦେଶ -ବିଦେଶ ବଡ ଖବର

#କରୋନା_ସଂକ୍ରମିତ_ରୋଗୀରେ_ଭର୍ତ୍ତି_କୋଠା_ଭୁଶୁଡିଲା    ନୂଆଦିଲ୍ଲୀ : ଚୀନର ଫୁଜିଆନା ପ୍ରାନ୍ତରେ ଶନିବାର ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଚୀନ ସରକାରୀ ଗଣମାଧ୍ୟମ ଅନୁଯାୟୀ କୁଆନଜୋ ସହରରେ ସ୍ଥିତ ସିନଜିଆ ହୋଟେଲ୍ ଶନିବାର ଭୁଶୁଡି ପଡିଛି। ଏହି ଘଟଣାରେ ଭଗ୍ନାବଶେଷ ତଳେ ୭୦ ଲୋକ ଦବି ରହିଥିବା କୁହାଯାଉଛି।

ସୂଚନା ଅନୁଯାୟୀ ୮୦ କଠୋରୀ ବିଶିଷ୍ଟ ଏହି  ହୋଟେଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଥିଲା। ଘଟଣା ପରେ ବଡ ଧରଣର ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଛି। ରେସକ୍ୟୁରେ ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି। ମାତ୍ର ଏବେ ମଧ୍ୟ ଅତଡା ତଳେ ୭୦ ଜଣ ଫସି ରହିଥିବା କୁହାଯାଉଛି।ସ୍ଥାନୀୟ ସମୟ ଅନୁଯାୟୀ ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଧସି ରହିଥିବା ଅତଡା ହଟାଯିବା ସହ ତଳେ ଦବି ରହିଥିବା ଲୋକଙ୍କକୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି।