୨୭ରୁ ଅଧିକ ଦେଶକୁ ବ୍ୟାପିଲା ‘କରୋନା’ ଭୂତାଣୁ : ୩୬୨ ଜଣଙ୍କର ମୃତ୍ୟୁ

ଦେଶ -ବିଦେଶ ବଡ ଖବର

ବେଜିଂ : କରୋନା ଭୂତାଣୁ ସଂକ୍ରମଣ ବ୍ୟାପକତା‌କୁ ରୋକିବା ପାଇଁ ଚୀନ୍‍ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି । ସେଠାରେ ୧୭ହଜାର ୨୩୮ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ସୁନିଶ୍ଚିତ ହୋଇଛି । ପ୍ରାୟ ୨୭ରୁ ଅଧିକ ଦେଶରେ ମଧ୍ୟ ୧୬୦ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ନିଶ୍ଚିତ କରାଯାଇଛି । ଭୂତାଣୁ ସଂକ୍ରମଣରେ ଚୀନରୁ ୩୬୧ଜଣ ଲୋକ ଓ ଫିଲିପାଇନସର ଜଣେ ଲୋକର ମୃତ୍ୟୁ ଘଟିସାରିଲାଣି। ଚୀନ ପରେ ଜାପାନରେ ସର୍ବାଧିକ ୨୦ ଜଣ ଏବଂ ଥାଇଲାଣ୍ଡରେ ୧୯ ଜଣ କରୋନା ଭୂତାଣୁ ସଂକ୍ରମଣ ହୋଇଛନ୍ତି।
ଚୀନରେ ୫୧୨ ଜଣ ସଂକ୍ରମିତ ରୋଗୀ ଭଲ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି । କେନ୍ଦ୍ରୀୟ ଚୀନ୍‍ର ହୁବେଇ ପ୍ରଦେଶରେ ନବନିର୍ମିତ ଏକହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଚୀନ୍‍ ସେନା ଡାକ୍ତରୀ ଦଳଙ୍କୁ ସୋମବାର ହସ୍ତାନ୍ତର କରିଦିଆଯାଇଛି ଓ ସେମାନେ ଆଜି ​ସେଠାରୁ ରୋଗୀମାନଙ୍କୁ ନେବେ ।