କାଳିଆ ଟଙ୍କା ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ରାଜ୍ୟ ସରକାର

ୟେସ ବ୍ୟାଙ୍କ ପୁନରୁଦ୍ଧାର ପାଇଁ ରିଜର୍ଭ ବ୍ୟାଙ୍କର ଯୋଜନା – ପୁଞ୍ଜି ବିନିଯୋଗ କରିବ ଷ୍ଟେଟ ବ୍ୟାଙ୍କ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#ୟେସ_ବ୍ୟାଙ୍କ_ପୁନରୁଦ୍ଧାର_ପାଇଁ_ରିଜର୍ଭ_ବ୍ୟାଙ୍କର_ଯୋଜନା    ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ପୁନରୁଦ୍ଧାର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ – ଆରବିଆଇ ଏକ ଡ୍ରାଫ୍ଟ ଯୋଜନା ୱେବସାଇଟରେ ସ୍ଥାନିତ କରିଛି। ଗତ ସନ୍ଧ୍ୟାରେ ୟେସ ବ୍ୟାଙ୍କର ପରିଚାଳନା ଭାର ନିଜ ଅଧୀନକୁ ନେବା ପରେ ଆଜି ରିଜର୍ଭ ବ୍ୟାଙ୍କ ଏଭଳି ପ୍ରସ୍ତାବ ରଖିଛି। ଏଥି ସହିତ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟେସ ବ୍ୟାଙ୍କରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଏହାର ପୁନରୁଦ୍ଧାର ଯୋଜନାରେ ଅଂଶୀଦାର ହେବାକୁ ଇଚ୍ଛା ପ୍ରକାଶ କରିଛି। ଏହି ଡ୍ରାଫ୍ଟ ଯୋଜନାରେ ନିବେଶକ ବ୍ୟାଙ୍କ ପୁନରୁଦ୍ଧାର କ୍ଷେତ୍ରରେ ୪୯ ପ୍ରତିଶତ ଅଂଶଧନ ବିନିଯୋଗ କରିବ ବୋଲି ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ପୁଞ୍ଜି ପରିମାଣ ୫ହଜାର କୋଟି ଟଙ୍କା ବଦଳରେ ଆରବିଆଇ ଯୋଜନା କରିଛି ଏବଂ ସେୟାର ସଂଖ୍ୟା ମଧ୍ୟ ୪୮ ହଜାର କୋଟିକୁ ବୃଦ୍ଧି କରିବାକୁ ଯୋଜନା କରିଛି।

ଯୋଜନା ଅନୁଯାୟୀ, ପୁନରୁଦ୍ଧାର ଅବଧି ଅର୍ଥାତ ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ୟେସ ବ୍ୟାଙ୍କର ସମସ୍ତ କର୍ମଚାରୀ ସମାନ ଦରମାରେ କାର୍ଯ୍ୟ କରିବେ। କିନ୍ତୁ ପରିଚାଳନା ମଣ୍ଡଳୀରୁ ବାହାରିଯିବା ନିର୍ଦ୍ଦେଶକଙ୍କ ଉପରେ ନିର୍ଭର କରିବ। ପୁଞ୍ଜି ନିବେଶ କରିବାକୁ ଥିବା ବ୍ୟାଙ୍କର ଦୁଇ ଜଣ ମନୋନୀତ ନିର୍ଦ୍ଦେଶକ ମଧ୍ୟ ପରିଚାଳନା ମଣ୍ଡଳୀରେ ସଦସ୍ୟ ରହିବ ନେଇ ମଧ୍ୟ ବ୍ୟବସ୍ତା ଥିବା ରିଜର୍ଭ କହିଛି। ମାର୍ଚ୍ଚ ୯ ପର୍ଯ୍ୟନ୍ତ ଜନସାଧାରଣ ଡ୍ରାଫ୍ଟ ଯୋଜନା ଉପରେ ପରାମର୍ଶ ଏବଂ ମନ୍ତବ୍ୟ ଦାଖଲ କରିପାରିବେ ବୋଲି ଜଣାପଡିଛି।