ସୌରଭ ଗାଙ୍ଗୁଲିଙ୍କ ଭାଉଜ ଓ ମା କରୋନା ସଂକ୍ରମିତ

ସୌରଭ ଗାଙ୍ଗୁଲିଙ୍କ ଭାଉଜ ଓ ମା କରୋନା ସଂକ୍ରମିତ

ଦେଶ -ବିଦେଶ ଖେଳ ବଡ ଖବର

#ସୌରଭ_ଗାଙ୍ଗୁଲିଙ୍କ_ଭାଉଜ_ଓ_ମା_କରୋନା_ସଂକ୍ରମିତ        କୋଲକାତା  : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଉଜ ଏବଂ ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ, ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲିଙ୍କ ପତ୍ନୀ କରୋନାଭାଇରସ୍ ପଜିଟିଭ୍ ବୋଲି ଜଣାପଡିଛି । ଏହା ପରେ ତାଙ୍କ ମାଆଙ୍କ ଜାଂଚ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି ।

ପୂର୍ବରୁ ଉଭୟ ଥଣ୍ଡା କାଶ ଏବଂ ଜ୍ୱର ହୋଇଥିଲେ । ପରେ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଲାଗିଲା । ତା’ପରେ ତାଙ୍କ ରିପୋର୍ଟ ଶୁକ୍ରବାର ସକାଳେ କରୋନାଭାଇରସ୍ ପଜିଟିଭ୍ ବୋଲି ଜଣାପଡିଛି । ସତର୍କତା ଅବଲମ୍ବନ କରି ସୌରଭ ଗାଙ୍ଗୁଲି ମଧ୍ୟ ସଂଗରୋଧକୁ ଯାଇଛନ୍ତି । ତାଙ୍କ ସମ୍ପର୍କରେ ଆସିଥିବା ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି । ଏହା ବ୍ୟତୀତ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ସୂଚନା ପାଇବା ପରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ କୁହାଯାଇଛି ।