ସେନସେକ୍ସ ୨୪୭୬ ପଏଣ୍ଟ ବଢିଲା

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#ସେନସେକ୍ସ_୨୪୭୬_ପଏଣ୍ଟ_ବଢିଲା      ମୁମ୍ବାଇ : ଷ୍ଟକ ବଜାରରେ ଉତ୍ସାହ । ଭାରତୀୟ ଷ୍ଟକ ବଜାରରେ ମଙ୍ଗଳବାରଦିନ ଉତ୍ସାହର ଦିନ । ଉଭୟ ସେନସେକ୍ସ ଓ ନିଫଟୀ ବୃଦ୍ଧି ସହ ବନ୍ଦ ହୋଇଛନ୍ତି ।କାରବାର ଶେଷ ବେଳକୁ ସେନସେକ୍ସ ୨୪୭୬ ପଏଣ୍ଟ ବୃଦ୍ଧି ସହ ୩୦୦୬୭ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି  ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି  କାରବାର ଶେଷରେ ୭୦୮ ପଏଣ୍ଟ ବୃଦ୍ଧି ସହ ୮୭୯୨ ପଏଣ୍ଟରେ ବନ୍ଦ ହୋଇଛି । ଏତଦ୍ ବ୍ୟତିତ ଏନଏସଇରେ ବ୍ୟାଙ୍କିଙ୍ଗ୍ ଓ ଫାର୍ମା ଷ୍ଟକ ଗୁଡ଼ିକରେ ବୃଦ୍ଧି ପରିଲକ୍ଷିତ ହୋଇଛି ।

ମଙ୍ଗଳବାର ପ୍ରଥମାର୍ଦ୍ଧରେ  ସେନସେକ୍ସ ଓ ନିଫଟି ବୃଦ୍ଧି ସହ ଖୋଲିଥିଲେ । କରୋନା ଯୋଗୁଁ ଦେଶରେ ଗତ କିଛି ଦିନ ହେଲା ଷ୍ଟକ ବଜାର ଦ୍ରୁତ ଗତିରେ ହ୍ରାସ ପାଇଚାଲିଥଲା । ଯହାକି ଚିନ୍ତାଜନକ ଥିଲା। ମାତ୍ର ମାସକ ତଳେ ୪୦ ହଜାର ପଏଣ୍ଟ ଉପରେ ଥିବା ସେନସେକ୍ସ ୨୭ ହଜାର ପଏଣ୍ଟ ତଳକୁ ଖସିଯାଇଥିଲା । ଏହା ଫଳରେ ନିବେଶକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ହରାଉଥିଲେ । କିନ୍ତୁ ଏବେ ଷ୍ଟକ ବଜାର ଧୀରେ ଧୀରେ ନିଜର ପୂର୍ବାବସ୍ଥାକୁ ଫେରିଯିବା ନିବେଶକଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ବଜୟ ଉତ୍ସାହ ଦେଖାଦେଇଛି ।