ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ : କରୋନା ପରୀକ୍ଷଣର ସର୍ବାଧିକ ମୂଲ୍ୟ ସ୍ଥିର କରୁ କେନ୍ଦ୍ର

ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ : କରୋନା ପରୀକ୍ଷଣର ସର୍ବାଧିକ ମୂଲ୍ୟ ସ୍ଥିର କରୁ କେନ୍ଦ୍ର

ଦେଶ -ବିଦେଶ ବଡ ଖବର

#କରୋନା_ପରୀକ୍ଷଣର_ସର୍ବାଧିକ_ମୂଲ୍ୟ_ସ୍ଥିର_କରୁ_କେନ୍ଦ୍ର             ନୂଆଦିଲ୍ଲୀ   : କରୋନା ପରୀକ୍ଷଣର ସର୍ବାଧିକ ମୂଲ୍ୟ ସ୍ଥିର କରିବାକୁ ଏବଂ ଏହି ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ସମ୍ମାନର ସହ ଡାକ୍ତରଖାନାରେ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟମାନେ ଚାହିଁଲେ କେନ୍ଦ୍ର ଅପେକ୍ଷା କମ୍ ମୂଲ୍ୟ ରଖିପାରିବେ । କୋର୍ଟ କହିଛନ୍ତି ଯେ କରୋନା ରୋଗୀଙ୍କ ୱାର୍ଡରେ ସିସିଟିଭି କ୍ୟାମେରା ଲଗାଯିବା ଉଚିତ । ସେହିପରି ସମସ୍ତ ରାଜ୍ୟରେ ରୋଗୀ ଭର୍ତି ହେବାଏବଂ ଡିସଚାର୍ଜ କରିବାର ସମାନ ନୀତି ରଖିବାକୁ କୋର୍ଟ କହିଛନ୍ତି ।

ଶୁଣାଣି ସମୟରେ ଦିଲ୍ଲୀ ସରକାର ସୁପ୍ରିମୋଙ୍କୁ ଜଣାଇଛନ୍ତି ଯେ ବର୍ତମାନ କୌଣସି ଡାକ୍ତର ଏବଂ ଡାକ୍ତରଖାନା କର୍ମଚାରୀଙ୍କ ଉପରେ ଏଫଆଇଆର ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ମହାରାଷ୍ଟ୍ରର କରୋନା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ କରୋନା ପରୀକ୍ଷା ନକରାଇବାକୁ ଭୁଲ୍ ବୋଲି କହିବା ସହ ମହାରାଷ୍ଟ୍ର ସରକାର ଏହାର ନିଷ୍ପତି ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅପରପକ୍ଷରେ ଦିଲ୍ଲୀରେ କରୋନା ନୂମନା ପରୀକ୍ଷା ହ୍ରାସ ଉପରେ କୋର୍ଟ ପ୍ରଶ୍ନ କରିଛନ୍ତି । ଦିଲ୍ଲୀରେ ବହୁତ କମ୍ ପରୀକ୍ଷା କରାଯାଉଛି । ଅଧିକରୁ ଅଧିକ ପରୀକ୍ଷା ହେବା ଉଚିତ ଯାହା ଦ୍ୱାରା ଲୋକମାନେ ଠିକ୍ ସମୟରେ ସତର୍କତା ଅବଲମ୍ବନ କରିପାରିବେ । ଗଣମାଧ୍ୟମ ରିପୋର୍ଟରୁ ରୋଗୀଙ୍କ ଦୁଃଖ ବିଷୟରେ ଆମେ ସୂଚନା ପାଇଛୁ ବୋଲି କୋର୍ଟ କହିଛନ୍ତି । ସେମାନଙ୍କୁ ଶବ ସହିତ ରହିବାକୁ ପଡୁଛି । ଅମ୍ଳଜାନ ପରି ସୁବିଧା ଉପଲବ୍ଧ ନାହିଁ । ସରକାରୀ ଡାକ୍ତରଖାନାରେ ଶଯ୍ୟା ଖାଲି ଥିବାବେଳେ ଲୋକମାନେ ରୋଗୀ ଙ୍କୁ ନେଇ ଘୁରି ବୁଲଉଛନ୍ତି । ରୋଗୀର ମୃତ୍ୟୁ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଉ ନାହିଁ । ଅନେକ କ୍ଷେତ୍ରରେ ସେ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇପାରିନାହାନ୍ତି ।

କୋର୍ଟ କହିଛନ୍ତି ଯେ ୧୫ ମାର୍ଚ୍ଚରେ କେନ୍ଦ୍ର ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । ଏହାକୁ ଅନୁସରଣ କରାଯାଉନାହିଁ । ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଚିକିତ୍ସାର ଅବସ୍ଥା ଅତ୍ୟନ୍ତ ଖରାପ । ଏହି ରାଜ୍ୟଗୁଡିକ ବ୍ୟତୀତ କୋର୍ଟ ଦିଲ୍ଲୀର ଏଲଏନଜେପି ହସ୍ପିଟାଲକୁ ପୃଥକ ନୋଟିସ୍ ଜାରି କରିଛନ୍ତି ।