ସିଆର୍‌ପିଏଫ୍‌ ଶିବିର ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

ଦେଶ -ବିଦେଶ ବଡ ଖବର

ପୁଲୱାମା: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଥିବା ନେୱା ଗ୍ରାମର ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌) ଶିବିର ଉପରେ ସୋମବାର ଅପରାହ୍ନରେ ସନ୍ଦିଗ୍ଧ ଆତଙ୍କବାଦୀ ଗ୍ରେନେଡ୍‌ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି।  ଆକ୍ରମଣରେ ଏବେ ସୁଦ୍ଧା କେହି ମୃତାହତ ହୋଇଥିବା ସୂଚନା ହସ୍ତଗତ ହୋଇନାହିଁ। ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲ୍ଳାରେ ସୁରକ୍ଷା ବଳର ଏନ୍‌କାଉଣ୍ଟର୍‌ରେ ୩ ଜଣ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ନିହତ ହେବାର ୩ ଘଣ୍ଟା ମଧ୍ୟରେ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି।