ସାବୁନ ପାଣିରେ ହାତ ଧୋଇ ଚିନ୍ତାମୁକ୍ତ ରୁହନ୍ତୁ, କିଛି ବିଗାଡି ପାରିବ ନାହିଁ

ସାବୁନ ପାଣିରେ ହାତ ଧୋଇ ଚିନ୍ତାମୁକ୍ତ ରୁହନ୍ତୁ, କିଛି ବିଗାଡି ପାରିବ ନାହିଁ

ଦେଶ -ବିଦେଶ ବଡ ଖବର

#ସାବୁନ_ପାଣିରେ_ହାତ_ଧୋଇ_ଚିନ୍ତାମୁକ୍ତ_ରୁହନ୍ତୁ     ନୂଆଦିଲ୍ଲୀ : ସମଗ୍ର ଦୁନିଆ ସଂପ୍ରତି କରୋନା ଭୂତାଣୁ ନେଇ ଆତଙ୍କିତ ଅବସ୍ଥାରେ ରହିଛି। ଏଥିରୁ ଭାରତ ମଧ୍ୟ ବାଦ୍ ପଡିନାହିଁ। କୋଭିଡ୍ ୧୯ କାରଣରୁ ଅଦ୍ୟାବଧି ପୂରା ଦୁନିଆରେ ୩୩୦୦ ଲୋକଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ୯୦ ହଜାରରୁ ଅଧିକ ଲୋକ ପୀଡିତ ଅଛନ୍ତି। ଭାରତରେ ଏ ପର୍ଯ୍ୟନ୍ତ ୩୧ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଦିଲ୍ଲୀର କିଛି ଲୋକ, ଇଟାଲୀରୁ ଆସିଥିବା ପର୍ଯ୍ୟଟକ ଓ ପେଟିଏମର ଜଣେ କର୍ମଚାରୀ ସାମିଲ, ଯେଉଁମାନେ ବିଗତ ଦିନରେ ଇଟାଲୀରୁ ଫେରିଥିଲେ। ଏହି ମାମଲାରେ ଦିଲ୍ଲୀରେ ଚାଲିଥିବା ପ୍ରସ୍ତୁତି ଉପରେ ଦିଲ୍ଲୀ ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ କହିଛନ୍ତି ଯେ, ଦିଲ୍ଲୀର ୧୯ ହସ୍ପିଟାଲରେ ୨୩୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏଠାରେ ସାନିଟାଇଜର, ମାକ୍ସ ଓ ଔଷଧର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି।

ଦିଲ୍ଲୀ ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ କହିଛନ୍ତି ତାଙ୍କର ବିଭାଗ ଏହି ମାରାତ୍ମକ ଭୂତାଣୁର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। କରୋନା ଭୂତାଣୁ ୪ ରୁ ୬ ଦିନ ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ ଏଥିପାଇଁ ଲୋକଙ୍କୁ ସତର୍କତା ରହିବାର ଆବଶ୍ୟକତା ରହିଛି। ହାତ ବାରମ୍ଵାର ଧୋଆଯିବା ଉଚିତ୍। ମଇଳା ହାତରେ ମୁହଁ, ନାକ ଓ ଆଖି ଛୁଅନ୍ତୁ ନାହିଁ। ଯଦି ଭୂତାଣୁ ହାତରେ ଥିବା ତେବେ ଏହି ତିନୋଟି ଜାଗା ଦେଇ ଶରୀର ଭିତରେ ପ୍ରବେଶ କରିବ।

ସାନିଟାଇଜରର ଅଭାବ ନେଇ ମନ୍ତ୍ରୀ କହିଛନ୍ତି ଯେ, ଯେଉଁ କାମ ସାନିଟାଇଜର କରିଥାଏ, ସେ କାମ ସାବୁନ ଓ ପାଣିରେ ମଧ୍ୟ ହୋଇ ପାରିବ। ହାତକୁ ସାବୁନରେ ଧୋଇ ନିଅନ୍ତୁ କରୋନା ଭୂତାଣୁ କିଛି କରି ପାରିବ ନାହିଁ। ସେମିତିରେ ସାନିଟାଇଜର ସ୍ଵାସ୍ଥ୍ୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ  ଲୋକଙ୍କୁ ସାବୁନରେ ହାତ ଧୋଇ ନେବା ଉଚିତ୍।