ସତ ‌ହେଲା ଭବିଷ୍ୟବାଣୀ ! ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ ବଲ୍‌ କିମ୍ବଦନ୍ତି କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ

ଖେଳ ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ:  ବାସ୍କେଟ ବଲ୍‌ କିମ୍ବଦନ୍ତୀ କୋବି ବ୍ରାଏଣ୍ଟଙ୍କ ରବିବାର ଦିନ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ  ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପାହଡ଼ରେ ଧକ୍କା ଖାଇ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ୧୩ ବର୍ଷର ଝିଅ ମଧ୍ୟ ପ୍ରାଣ ହରାଇଥିବା ବେଳେ ବିମାନ ଭିତରେ ଥିବା ଅନ୍ୟ ୧୩ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା। ତେବେ ୮ବର୍ଷ ପୂର୍ବରୁ କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ ହେଲିକପ୍ଟର ଦୁର୍ଘଟଣାରେ ହେବ ବୋଲି ଜଣେ ଟୁଇଟର ବ୍ୟବହାରକାରୀ ଭବିଷ୍ୟବାଣୀ କରିଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଟୁଇଟର ବ୍ୟବହାରକାରୀ .ନୋ‌ସୋ ନଭେମ୍ବର ୧୪, ୨୦୧୨ରେ ଟୁଇଟ୍ କରି କୋବି ବ୍ରାଏଣ୍ଟଙ୍କୁ ନେଇ ଭବିଷ୍ୟବାଣୀ କରିଥିଲେ। ଟୁଇଟ୍ କରି,  କୋବି ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବେ ବୋଲି ଲେଖିଥିଲେ .ନୋ‌ସୋ। ତେବେ ନିଜର ଭବିଷ୍ୟବାଣୀ ସତ ହୋଇ ଯାଇଥିବା ଜାଣି ନିଜେ .ନୋ‌ସୋ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଏଭଳି ଲେଖୁ ଲେଖୁ ଲେଖି ଦେଇଥିଲେ। ଏଭଳି କିଛି ୮ବର୍ଷ ପରେ ଘଟିବ ବୋଲି ସେ ଜାଣି ନଥିଲେ। ତାଙ୍କ ଭବିଷ୍ୟବାଣୀ କିଭଳି ସତ ହୋଇଗଲା ଭାବି ଟୁଇଟ୍ କରି କ୍ଷମା ମାଗିଛନ୍ତି .ନୋ‌ସୋ।