ସତର୍କ କରାଇଲା ପାଣିପାଗ ବିଭାଗ,ମାର୍ଚ୍ଚ-ଅପ୍ରେଲ-ମଇ ମାସରେ ତାପମାତ୍ରା ଅଧିକ ରହିବ

ସତର୍କ କରାଇଲା ପାଣିପାଗ ବିଭାଗ,ମାର୍ଚ୍ଚ-ଅପ୍ରେଲ-ମଇ ମାସରେ ତାପମାତ୍ରା ଅଧିକ ରହିବ

ଦେଶ -ବିଦେଶ ବଡ ଖବର ବିଶେଷ

#ମାର୍ଚ୍ଚ_ଅପ୍ରେଲ_ମଇ_ମାସରେ_ତାପମାତ୍ରା_ଅଧିକ_ରହିବ     ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆରମ୍ଭ ହୋଇନାହିଁ। ପାଖାପାଖି ଆହୁରି ଦେଢ଼ ମାସ ସମୟ ବାକି ରହିଛି। ସେହିପରି ଶୀତ ବି ସଂପୂର୍ଣ୍ଣ ଛାଡ଼ି ନାହିଁ। ପାହାନ୍ତି ପହରକୁ ପଡ଼ୁଛି ଘନ କୁହୁଡ଼ି। ଜୋରରେ ପଙ୍ଖା ବୁଲୁଥିଲେ ଦରକାର ପଡ଼ୁଛି ଘୋଡ଼େଇ ହେବାକୁ। ବର୍ତ୍ତମାନର ସ୍ଥିତିକୁ ଦେଖି ଲୋକେ ଆକଳନ କରୁଛନ୍ତି ବୋଧହୁଏ ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ଓ ଅସହ୍ୟ ତାତି ଅନୁଭୂତ ହେବ ନାହିଁ।

କିନ୍ତୁ, ନା ଚଳିତ ବର୍ଷ ଅର୍ଥାତ୍‌ ୨୦୨୦ରେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଅସହ୍ୟ ତାତିରୁ ମୁକ୍ତି ନାହିଁ! ଆଜି ଭାରତୀୟ ପାଣିପାଗ ବିଭାଗ ଆକଳନ କରି କହିଛି କହିଛି ଯେ ମାର୍ଚ୍ଚ- ଅପ୍ରେଲ- ମଇ ଏଇ ତିନି ମାସରେ ସମଗ୍ର ଦେଶରେ ତାପମାତ୍ରା ସାଧାରଣ ଠାରୁ ଅଧିକ ରହିବ। ଦେଶର ଗୋଟିଏ ବା ଦୁଇଟି ସ୍ଥାନରେ ଯେ ତାପମାତ୍ରା ସାଧାରଣ ଠାରୁ ଅଧିକ ରହିବ ତା’ ନୁହେଁ; ଦେଶର ଉତ୍ତରପଶ୍ଚିମ ଠାରୁ ଆରମ୍ଭ କରି ପଶ୍ଚିମ ଭାରତ; କେନ୍ଦ୍ରୀୟ ଭାରତ ଠାରୁ ଆରମ୍ଭ କରି ଦକ୍ଷିଣ ଭାରତ ଦେଶର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା ସାଧାରଣ ଠାରୁ ଅଧିକ ରହିବ ବୋଲି ଏବେ ଠାରୁ ସତର୍କ ସୂଚନା ଜାରି କରି ସାରିଲାଣି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗର ଏ ଆକଳନ ଯଦି ଠିକ୍‌ ରୁହେ ତେବେ ମେ ଓ ଜୁନ୍‌ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଅସହ୍ୟ ତାତିରେ ସମଗ୍ର ଦେଶର ଲୋକେ ଆଉଟୁ ପାଉଟୁ ହେଉଥିବେ।