ସଂକଟ ସମୟରେ ଗରିବ ଓ ଦୁଃଖୀଙ୍କୁ ଖାଦ୍ୟ ଯୋଗାଇବାକୁ ଦେଶବାସୀଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ଦେଶ -ବିଦେଶ ବଡ ଖବର

#ଗରିବ_ଓ_ଦୁଃଖୀଙ୍କୁ_ଖାଦ୍ୟ_ଯୋଗାଇବାକୁ_ନିବେଦନ_କଲେ_ପ୍ରଧାନମନ୍ତ୍ରୀ          ନୂଆଦିଲ୍ଲୀ  : କରୋନା ସଂକଟ ସମୟରେ ରଗରୀବ ଓ ଦୁଃଖୀଙ୍କୁ ଖାଦ୍ୟ ଯୋଗାଇବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ ମନ କି ବାତ କାର୍ଯ୍ୟକ୍ରମରେ ଏହି ଆହ୍ୱୂାନ କରିଛନ୍ତି ।

ସେ କହିଛନ୍ତି ଯେ କରୋନା ବିରୁଦ୍ଧରେ ଏଇ ଯୁଦ୍ଧ ଅଭୁତପୂର୍ବ ଏବଂ ଆହ୍ୱାନଭରା ମଧ୍ୟ । ଏଥିପାଇଁ ଏହି ସମୟରେ ଯେଉଁ ନିଷ୍ପତି ନିଆଯାଇଛି ତାହା ଦୁନିଆର ଇତିହାସରେ କେବେ ଦେଖାଯାଇନଥିଲା ବା ଶୁଣାଯାଇନଥିଲା – କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାହାସବୁ ପଦକ୍ଷେପ ଭାରତବାସୀ ନେଇଛନ୍ତି, ଯେଉଁ ଚେଷ୍ଟା ଆମେ କରୁଛେ ତାହା ଭାରତକୁ କରୋନା ମହାମାରୀ ଉପରେ ନିଶ୍ଚୟ ବିଜୟ ଦେବ – ଜଣେ ଜଣେ ଭାରତୀୟଙ୍କ ସଂଯମ ଓ ସଂକଳ୍ପ ମଧ୍ୟ ଆମକୁ ଏଇ ଅସୁବିଧାଜନକ ସ୍ଥିତିରୁ ବାହାରକୁ ବାହାର କରିପାରିବ । ଏଥିସହିତ ଗରିବଙ୍କ ପ୍ରତି ଆମର ସମବେଦନା ଆହୁରି ଅଧିକ ହେବା ଆବଶ୍ୟକ । ଆମ ମାନବିକତାର ସୁଗନ୍ଧ ଏଇ କଥାରେ ଅଛି ଯେ – କୋଉଠି ବି ଯଦି କୌଣସି ଗରିବ, ଦୁଃଖୀ, ଭୋକିଲା ଲୋକ ଦେଖାଯାନ୍ତି, ତା’ହେଲେ ଏଇ ସଂକଟର କ୍ଷଣରେ ସର୍ବପ୍ରଥମେ ଆମେ ସେମାନଙ୍କ ପେଟ ଭରିବା, ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଚିନ୍ତା କରିବା ଆଉ ଏକଥା ଭାରତ କରିପାରିବ । କାହିଁକି ନା ଏହା ଆମର ସଂସ୍କାର ଏହା ଆମର ସଂସ୍କୃତି । ଆଜି ପ୍ରତ୍ୟେକ ଭାରତୀୟ, ନିଜ ଜୀବନର ରକ୍ଷା ପାଇଁ ଘରେ ଭିତରେ ଆବଦ୍ଧ । କିନ୍ତୁ ଆଗାମୀ ସମୟରେ ଏହି ଭାରତବାସୀ ନିଜ ଦେଶର ବିକାଶ ପାଇଁ ସମସ୍ତ ପ୍ରକାର ଗତିରୋଧକୁ ଭାଙ୍ଗି ଆଗକୁ ବଢ଼ିବେ, ଦେଶକୁ ଆଗକୁ ନେଇଯିବେ । ଆପଣମାନେ ଆପଣମାନଙ୍କ ପରିବାର ସାଥୀରେ ଘରେ ରୁହନ୍ତୁ । ସୁରକ୍ଷିତ ଆଉ ସାବଧାନ ରୁହନ୍ତୁ, ଆମକୁ ଏ ଯୁଦ୍ଧ ଜିତିବାକୁ ପଡ଼ିବ । ନିଶ୍ଚୟ ଜିିବା ବୋଲି ସେ କହିଛନ୍ତି ।