#ଲକଡାଉନ_୩_ପୁଣି_ବଢିଲା_୧୪_ଦିନ

ଲକଡାଉନ ୩ : ପୁଣି ବଢିଲା ୧୪ ଦିନ

ଦେଶ -ବିଦେଶ ବଡ ଖବର

#ଲକଡାଉନ_୩_ପୁଣି_ବଢିଲା_୧୪_ଦିନ         ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶୁକ୍ରବାର ଲକଡାଉନ ସମୟ ସୀମକୁ ଆହୁରି ୨ ସପ୍ତାହ ପାଇଁ ବଢାଇ ଦେଇଛନ୍ତି । ତେବେ ଏଥର ଲକଡାଉନ ନିୟମାବଳୀରେ କେତେକ ସଂଶୋଧନ କରାଯାଇଛି । ଗ୍ରୀନ ଜୋନ, ରେଡ ଜୋନ, ଅରେଞ୍ଜ ଜୋନ ଓ କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଅଲଗା ଅଲଗା ଗାଇଡଲାଇନ ଘୋଷଣା କରାଯାଇଛି ।

ସବୁଠାରୁ ଅଧିକ କଠୋର କଟକଣା କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଘୋଷଣା କରାଯାଇଛି । ମେ ୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ କାଳରେ ସରକାର ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଜିଲ୍ଲାଗୁଡ଼ିକୁ ରେଡ୍‌ (ନାଲି), ଅରେଞ୍ଜ (କମଳା) ଓ ଗ୍ରୀନ୍‌ (ସବୁଜ) ଜୋନ୍‌ ଜିଲ୍ଲା ରୂପେ ଚିହ୍ନଟ କରିବା ସହ ଭିନ୍ନ ଭିନ୍ନ ଜୋନ୍‌ର ଜିଲ୍ଲାଗୁଡ଼ିକ ପାଇଁ ଭିନ୍ନ ଭିନ୍ନ କଟକଣା ଜାରି ରହିଛି। ସବୁଠାରୁ ଅଧିକ କଠୋର କଟକଣା କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଘୋଷଣା କରାଯାଇଛି । ଏହା ପଛକୁ ରହିଛି ରେଡ ଜୋନ ଚିହ୍ନିତ ଅଞ୍ଚଳ ବା  ହଟସ୍ପଟ ଜିଲ୍ଲା । ସମସ୍ତ ଜୋନରେ ଲାଗୁ କଟକଣା ବ୍ୟତୀତ ଏହି ଜିଲ୍ଲାଗୁଡ଼ିକରେ କେତେକ କଠୋର ନିଷେଧାଜ୍ଞା ରହିବ।  ଓଡ଼ିଶାର ଭଦ୍ରକ, ବାଲେଶ୍ବର ଓ ଯାଜପୁରକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି।ରେଡ ଜୋନ ଅଞ୍ଚଳରେ ସାଇକେଲ ରିକ୍ସା ଓ ଅଟୋରିକ୍ସା,ଟାକ୍ସି ଓ କ୍ୟାବ ଆଗ୍ରିଗେଟର (ଓଲା, ଉବେର ଆଦି ସେବା),ଜିଲ୍ଲା ଭିତରେ ଓ ବାହାରକୁ ବସ ଚଳାଚଳ,ସେଲୁନ, ସ୍ପା, ଶିକ୍ଷାନୁଷ୍ଠାନ, ଧର୍ମ‌ାନୁଷ୍ଠାନ ,ସପିଂ ମଲ, ସପିଂ କଂପ୍ଲେକ୍ସ ବନ୍ଦ ରହିବ ।

ସେହିପରି କେତେକ ସର୍ତ୍ତ ସହ କେତେକ କାର୍ଯ୍ୟକୁ  ଅନୁମତି ଦିଆଯାଇଛି।ଏହି  ଅନୁମତିପ୍ରାପ୍ତ ଗାଡ଼ି ଚଳାଚଳ । ଚାରିଚକିଆ ଯାନରେ ଡ୍ରାଇଭରକୁ ଛାଡ଼ି ଦୁଇଜଣ ଯାତ୍ରୀ । ଦୁଇଚକିଆ ଯାନରେ କେବଳ ଜଣେ ।  ଗ୍ରାମାଞ୍ଚଳରେ ଶିଳ୍ପସଂସ୍ଥା ଚାଲିପାରିବ । ସହରାଞ୍ଚଳରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନିର୍ମାଣ କରୁଥିବା ଶିଳ୍ପ ସଂସ୍ଥା, ଏସଇଜେଡରେ ଥିବା ସଂସ୍ଥା ଚାଲିପାରିବ । କେବଳ ସ୍ଥାନୀୟ ଶ୍ରମିକଙ୍କୁ ନେଇ ସାମାଜିକ ଦୂରତ୍ୱ ବଜାୟ ରଖି ନିର୍ମାଣ କାମ କରାଯାଇପାରିବ ।ଗୋଟିକିଆ ଦୋକାନ, ଆବାସିକ କଲୋନୀ ନିକଟରେ ଥିବା ଦୋକାନ ଚାଲିପାରିବ ।

ଗ୍ରାମାଞ୍ଚଳରେ ସବୁ ଦୋକାନ ଚାଲିପାରିବ । କେବଳ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଇ-କମର୍ସ କମ୍ପାନିଙ୍କୁ ଅନୁମତିେକ  ଘରୋଇ ଅଫିସ ଗୁଡ଼ିକ କେବଳ ୩୩ ପ୍ରତିଶତ କର୍ମଚାରୀ ରଖି କାମକରିବେ । ଅନ୍ୟମାନେ ଘରୁ କାମ କରିବେ । ସରକାରୀ କାର୍ଯ୍ୟାଳୟ କ୍ଷେତ୍ରରେ ଉପ-ସଚିବ ପାହ୍ୟା କିମ୍ବା ଉପର ପାହ୍ୟାର ଅଧିକାରୀ ଅଫିସକୁ ଆସିପାରିବେ । ଅନ୍ୟକର୍ମଚାରୀଙ୍କ ମଧ୍ୟରୁ ୩୩ ପ୍ରତିଶତ ଆବଶ୍ୟକତା ଅନୁସାରେ ଆସିପାରିବେ । ତେବେ ପ୍ରତିରକ୍ଷା, ପୁଲିସ, ସ୍ୱାସ୍ଥ୍ୟସେବା, ଅଗ୍ନିଶମ ସେବା, ଏଫସିଆଇ, ଜେଲ, କଷ୍ଟମ୍ସ, ହୋମଗାର୍ଡ, ପୌରସେବା ଆଦି ଜରୁରୀ ଅଫିସ ପାଇଁ ଏହା ଲାଗୁ ହେବ ନାହିଁ ଏହିକ୍ରମରେ ଦେଶର ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନ୍‌ ମଧ୍ୟରେ ରହିଥିବା ବେଳେ ଏହା ମଧ୍ୟରେ ଓଡ଼ିଶାର ୬ଟି ଜିଲ୍ଳା ରହିଛି।

ରାଜ୍ୟର ଖୋର୍ଦ୍ଧା,ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢ଼େଙ୍କାନାଳ ଓ କଳାହାଣ୍ଡି- ଏହି ୬ଟି ଜିଲ୍ଲା ଅରେଞ୍ଜ ଜୋନ୍‌ ମଧ୍ୟରେ ରହିଛି। ତେବେ, ଅରେଞ୍ଜ ଜୋନ୍‌ ମଧ୍ୟରେ ଲକ୍‌ଡାଉନ୍‌ ଅବଧି କାଳରେ ନିୟମକୁ କିଛିଟା କୋହଳ କରିଛନ୍ତି ସରକାର।
ଅରେଞ୍ଜ୍‌ ଜୋନ୍‌ ଅଞ୍ଚଳରେ ଅନ୍ତଃଜିଲ୍ଲା ମଧ୍ୟରେ ଯାତାୟାତକୁ ଅନୁମତି ପ୍ରଦାନ କରାଯାଇଛି। ସେହିପରି ଚାରି ଚକିଆ ଯାନରେ ୨ ଜଣ ଓ ଦୁଇ ଚକିଆ ଯାନରେ ଜଣଙ୍କୁ ଯାତ୍ରା କରିବା ପାଇଁ ଅନୁମତି ମିଳିଛି। ଅରେଞ୍ଜ ଜୋନ୍‌ ମଧ୍ୟରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ, ଟ୍ରେନିଂ ଓ କୋଚିଂ ସେଣ୍ଟର ବନ୍ଦ ରହିବ ହୋଟେଲ ସମେତ ଅତିଥ୍ୟତା ପ୍ରଦାନ କରୁଥିବା ସମସ୍ତ ସେବା ବନ୍ଦ ରହିବ।ଏହାଛଡା ଏହି ଜୋନରେ ଓଲା ଓ ଉବର ପରି କ୍ୟାବ୍‌ ସେବା ଚାଲୁ ରହିପାରିବ। ହେଲେ ଅନ୍‌ ଲାଇନ୍‌ ସପିଂ ସେବାକୁ ଅରେଞ୍ଜ ଜୋନ୍‌ ପରିସର ମଧ୍ୟରେ ଅନୁମତି ମିଳି ନାହିଁ। ଜିମ୍‌, କ୍ଲବ୍‌, ସ୍ପା, ସୁଇମିଂ ପୁଲ ଆଦି ବନ୍ଦ ରହିବ। ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ସନ୍ଧ୍ୟା ୭ଟା ପରଠାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ସାଧାରଣ ଜନତାଙ୍କ ସମସ୍ତ ପ୍ରକାରର ଯାତାୟାତ ବନ୍ଦ ରହିବ।

ସେହିପରି ଗ୍ରୀନଜୋନରେ ରଜ୍ୟର ୨୧ଟି ଜିଲ୍ଲା ଯାଉଥିବାବେଳେ ଏଥିରେ କଟକ,ପୁରୀ,ଅନୁଗୁଳ,ବଲାଙ୍ଗୀର,ବରଗଡ,ବୌଦ୍ଧ,ଦେବଗଡ଼,ଗଜପତି,ଗଞ୍ଜାମ,ଜଗତସିଂହପୁର,ଝାରସୁଗୁଡା,କନ୍ଧମାଳ,କେଉଁଝର ,ମାଲକାନଗିରି, ମୟୁରଭଞ୍ଜ-ନବରଙ୍ଗପୁର-ନୟାଗଡ଼,ନୂଆପଡା,ରାୟଗଡା,ସମ୍ବଲପୁର,ସୋନପୁର ଜିଲ୍ଲା ରହିଛି ।ଏହି ଜୋନ ଅଧୀନରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚାଲିପାରିବ ବୋଲି କୁହାଯାଇଛି । ଏଥିସହ ବିନା ପାସରେ ମାଲବାହୀ ଗାଡ଼ି ଚଳାଚଳ କରିପାରିବ। ସେହିପରି ଇ-କମର୍ସ ପାଇଁ ରିହାତି ମଧ୍ୟ ଘୋଷଣା କରାଯାଇଛି। ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଇ-ବାଣିଜ୍ୟକୁ ଅନୁମୋଦନ କରାଯାଇଛି । ଏହି ଜୋନ୍ ଗୁଡିକରେ ଅତ୍ୟାବଶ୍ୟକ ହୋଇ ନ ଥିବା  ଜିନିଷଗୁଡିକର ମଧ୍ୟ ବିତରଣ କରାଯାଇପାରିବ । ସେହିପରି ଗ୍ରୀନ ଜୋନରେ ଏଣିକି ମଦ ଦୋକାନ ସହ ପାନ ଦୋକାନ ମଧ୍ୟ ଖୋଲା ରହିବ । ତେବେ ଦୋକାନରେ ଗ୍ରାହକମାନେ  ପରସ୍ପର ଠାରୁ  ଅତିକମରେ ୬ ଫୁଟ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି । ସେହିପରି ଦୋକାନରେ ଏକା ସମୟରେ ୫ ଜଣ ଯେଭଳି ନ ରହିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପଡିବ ।ତେବେ ଗ୍ରୀନ ଜୋନରେ ପୂର୍ବ ପରି ଶିକ୍ଷାନୁଷ୍ଠାନ, ସିନେମା ହଲ୍,ଜିମ୍, ସେଲୁନ୍, ‌ହଷ୍ଟେଲ ବନ୍ଦ ରହିବ। ଏଥିସହ ସମସ୍ତ ସାମଜିକ, ସାଂସ୍କୃତିକ ଓ ଧାର୍ମିକ ସମାରୋହ ଉପରେ କଟକଣା ଜାରି ରହିବ। ଅନ୍ୟପକ୍ଷରେ ଧର୍ମାନୁଷ୍ଠାନରେ ପ୍ରବେଶ ନିଷେଧ ବଳବତ୍ତର ରହିବ।