କରୋନା ଭୟ: ସୁପ୍ରିମ୍‌ କୋର୍ଟରେ ହେବ ଜରୁରୀ ମାମଲାର ଶୁଣାଣି

କରୋନା ଭୟ: ସୁପ୍ରିମ୍‌ କୋର୍ଟରେ ହେବ ଜରୁରୀ ମାମଲାର ଶୁଣାଣି

ଦେଶ -ବିଦେଶ ବଡ ଖବର

#ସୁପ୍ରିମ୍‌_କୋର୍ଟରେ_ହେବ_ଜରୁରୀ_ମାମଲାର_ଶୁଣାଣି    ନୂଆଦିଲ୍ଲୀ: କରୋନା ଆତଙ୍କ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟଙ୍କୁ ମଧ୍ୟ ପ୍ରଭାବିତ କରିଛି। କରୋନା ପ୍ରଦୁର୍ଭାବକୁ ଦୃଷ୍ଟିରେ ରଖି ଅନ୍ୟାଦେଶ ପର୍ଯ୍ୟନ୍ତ ସୁପ୍ରିମ୍‌ କୋର୍ଟ କେବଳ ଜରୁରୀ ମାମଲାଗୁଡ଼ିକର ଶୁଣାଣି କରିବେ ବୋଲି ଆଜି (ଶୁକ୍ରବାର) ଅପରାହ୍ଣରେ ଘୋଷଣା କରିଛନ୍ତି। ଏଥିସହ କେବଳ ମାତ୍ର ଓକିଲମାନଙ୍କ ବ୍ୟତୀତ ଅନ୍ୟ କାହାରିକି ସୁପ୍ରିମ୍‌ କୋର୍ଟ ମଧ୍ୟକୁ ପ୍ରବେଶ କରିବାର ଅନୁମତି ମିଳିବ ନାହିଁ ବୋଲି ଜାରି କରା ଯାଇଥିବା ଏହି ଘୋଷଣାନାମାରେ ଉଲ୍ଲେଖ ରହିଛି। ସୁପ୍ରିମ୍‌ କୋର୍ଟଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଘୋଷଣାନାମା ବଳବତ୍ତର ରହିବ ବୋଲି ଜାଣିବାକୁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସଂପ୍ରତି ମହାମାରୀର ରୂପ ଧାରଣ କରି କରୋନା ଭାଇରସ୍‌ ବିଶ୍ୱର ୧୨୫ଟି ରାଷ୍ଟ୍ରକୁ କବଳିତ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ୧.୩୫ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି ଓ ୫,୦୦୦ରୁ ଅଧିକ ଲୋକଙ୍କର ଏଥିରେ ମୃତ୍ୟୁ ଘଟିସାରିଲାଣି। ଭାରତରେ ଅଦ୍ୟାବଧି ୮୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦେଶରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି।ଏପ୍ରକାର ସ୍ଥିିତିରେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌ କୋର୍ଟ ଏପ୍ରକାର ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।