ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ଜ୍ୟୋତିରାଦିତ୍ୟ

ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ଜ୍ୟୋତିରାଦିତ୍ୟ

ଦେଶ -ବିଦେଶ ବଡ ଖବର ରାଜନୀତି

#ରାହୁଲ_ଗାନ୍ଧୀଙ୍କୁ ଭେଟିବାକୁ_ଚେଷ୍ଟା_କରିଥିଲେ_ଜ୍ୟୋତିରାଦିତ୍ୟ        ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କର ନିକଟତମ ବ୍ୟକ୍ତି ହୋଇଥିଲେ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେବା ପରେ ଏହା କହିଛନ୍ତି ତ୍ରିପୁରା ରାଜପରିବାରର ବ୍ୟକ୍ତି ତଥା ସିନ୍ଧିଆଙ୍କ ସମ୍ପର୍କୀୟ ପ୍ରଦ୍ୟୋତ ମଣିକ୍ୟ ଦେବର୍ମା। ନିକଟରେ କଂଗ୍ରେସରୁ ମଣିକ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି।

“ମୁଁ ଜାଣେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମାସ ମାସ ଧରି ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଚେଷ୍ଟା କରୁଥିଲେ। ହେଲେ ରାହୁଲଙ୍କ ତରଫରୁ କୌଣସି ସମୟ ଦିଆଯାଇନଥିଲା। ଯଦି ସେ (ରାହୁଲ ଗାନ୍ଧୀ) ଆମ କଥା ଶୁଣିବାକୁ ଚାହୁଁନାହାଁନ୍ତି, ତେବେ ସେ ଆମକୁ ପାର୍ଟିରେ କାହିଁକି ଆଣିଲେ?” ବୋଲି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ତ୍ରିପୁରାର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ମଣିକ୍ୟ।

ମଣିକ୍ୟ ନିଜ ଫେସବୁକରେ ଏକ ପୋଷ୍ଟ କରି କହିଛନ୍ତି, ‘ବିଳମ୍ୱିତ ରାତ୍ରିରେ ସିନ୍ଧିଆଙ୍କ ସହ ଫୋନରେ କଥା ହୋଇଥିଲି। ସେ କହିଲେ ରାହୁଲଙ୍କ ସହ କଥା ହେବା ପାଇଁ ଅନେକ ଚେଷ୍ଟା କଲି ହେଲେ ତାଙ୍କ ଆଡ଼ୁ କୌଣସି ଉତ୍ତର ଆସିଲାନି’।

“ଯେତେବେଳେ ମୁଁ ତ୍ରିପୁରାରେ କଂଗ୍ରେସର ସଭାପତି ପଦରୁ ଇସ୍ତଫା ଦେଇଥିଲି, ସେତେବେଳେ ମୁଁ କହିଥିଲି ଯେ ରାହୁଲ ଗାନ୍ଧୀ ହଠାତ୍ ସଭାପତି ପଦବୀରୁ ଇସ୍ତଫା ଦେଇ ଆମକୁ ଛାଡ଼ିଦେବା ଯୁବଗୋଷ୍ଠୀଙ୍କୁ ‘ଅନାଥ’ କରାଇବା ସହିତ ସମାନ। ଏହାପରେ ଆମର ରଣନୀତିକୁ ହଠାତ୍ ଅଣଦେଖା କରିବା ଆରମ୍ଭ ହୋଇଥିଲା।