ରାହୁଲ ଗାନ୍ଧିଙ୍କ କରୋନା ଭାଇରସ ପରୀକ୍ଷା

ରାହୁଲ ଗାନ୍ଧିଙ୍କ କରୋନା ଭାଇରସ ପରୀକ୍ଷା

ଦେଶ -ବିଦେଶ ବଡ ଖବର

#ରାହୁଲ_ଗାନ୍ଧିଙ୍କ_କରୋନା_ଭାଇରସ-ପରୀକ୍ଷା    ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ କରୋନା ଭାଇରସ ହେଇଛି କି ନାହିଁ, ତା’ର ପରୀକ୍ଷା କରାଯାଇଛି। ରାହୁଲ ଗାନ୍ଧି ଫେବୃଆରୀ ୨୯ରେ ଇଟାଲୀରୁ ଫେରିବା ପରେ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର କରୋନା ସ୍କ୍ରିନିଂ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି।

ଏପରି କି ନିକଟରେ ବିଜେପି ନେତା ରମେଶ ବିଧୁରୀ ରାହୁଲଙ୍କ ବିଦେଶ ଗସ୍ତ ନେଇ ପ୍ରଶ୍ନ ଉଠାଇ ଥିଲେ। ଏଥିସହ ରାହୁଲ ଓ ସୋନିଆ ଗାନ୍ଧି କରୋନା ଭାଇରସରୁ ବର୍ତ୍ତିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଦରକାର ବୋଲି କଟାକ୍ଷ ମଧ୍ୟ କରିଥିଲେ।

ଏପରି କି ସ୍ୱାଧୀନ ସାଂସଦ ହନୁମାନ ବେନୱାଲ ମଧ୍ୟ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ କରୋନା ପରୀକ୍ଷା କରିବାକୁ ଲୋକସଭାରେ ଦାବି କରିଥିଲେ। ହେଲେ ଲୋକସଭା ବାଚସ୍ପତି ଓମ ବିର୍ଲା ଏହା ଉପରେ କୌଣସି ମନ୍ତବ୍ୟ ଦେଇ ନଥିଲେ। ହେଲେ କଂଗ୍ରେସ ଏଥିପାଇଁ ସାଂସଦ ବେନୱାଲଙ୍କ କ୍ଷମା ଦାବି କରିଥିଲା।

ଦଳ ପକ୍ଷରୁ କୁହାଯାଇଛି ଯେ ରାହୁଲ ଗାନ୍ଧି ୨ ସପ୍ତାହ ପାଇଁ ଇଟାଲୀର ମିଲାନ ଯାଇଥିଲେ। ସେ ଜଣେ ସାଂସଦ ଓ ତାଙ୍କର ଜେଡ ପ୍ଲସ ସୁରକ୍ଷା ଥିଲେ ହେଁ ତାଙ୍କୁ ଏୟାରପୋର୍ଟରେ କୌଣସି ସ୍ୱତନ୍ତ୍ର ସୁବିଧା ମିଳି ନଥିଲା। ତାଙ୍କୁ ଅଧା ଘଣ୍ଟା ଲାଇନ୍‌ରେ ଅନ୍ୟମାନଙ୍କ ସହ ଛିଡ଼ା କରାଯାଇଥିଲା। ସେଠାରେ ତାଙ୍କର କରୋନା ସ୍କ୍ରିନିଂ କରାଯାଇଥିଲା।

ସେହିପରି ରାହୁଲ ମେଡିକାଲ ଷ୍ଟାଫଙ୍କ ସହ କଥା ହୋଇ କରୋନା ଭାଇରସର ଲକ୍ଷଣ ସମ୍ପର୍କରେ ପଚାରି ବୁଝିଥିଲେ। ଭାରତ ସରକାର କରୋନାକୁ ମୁକାବିଲା କରିବା କ୍ଷେତ୍ରରେ ଭାରତ ସରକାର ବିଫଳ ବୋଲି ରାହୁଲ ବାରମ୍ବାର କହି ଆସୁଛନ୍ତି।