ମୁମ୍ବାଇ : ଶାହାରୁଖ ଖାନ୍ ଯେପରି ଚର୍ଚ୍ଚାରେ ତାଙ୍କ ତିନି ସନ୍ତାନ ବି ସେମିତି । କାରଣ ସେମାନେ ଷ୍ଟାରକିଡ୍ , ଆଉ ବଲିଉଡ୍ରେ ,ଷ୍ଟାର କିଡ୍ଙ୍କ ଉପରେ ସବୁବେଳେ ପାପାରାଜିଙ୍କ ନଜର। ଆଇ ଏମିତି ଫଟୋଗ୍ରାଫରଙ୍କ ଫୋକସ୍ର ରହି ସୋସିଆଲ ମିଡିଆରେ ରାଜ୍ କଲେଣି ସୁହାନା ଖାନ୍ । କିଙ୍ଗ ଖାନ୍ଙ୍କ ଏକ ମାତ୍ର ଝିଅ ସୁହାନା ମୁମ୍ବାଇରୁ ଆମେରିକା , କିନ୍ତୁ ଏହି ଷ୍ଟାରକିଡ୍ଙ୍କ ଫେସନ ଆଉ ଲୁକ୍ ଦମଦାର ।
ଷ୍ଟାରକିଡ୍ ସୁହାନା ତାଙ୍କର ମନୋହର ଫଟୋ, ସୁନ୍ଦର ଗେଟଅପ୍ ଲାଗି ଇଣ୍ଟରନେଟ୍ରେ ଏକ ନୂଆ ତରଙ୍ଗ ଖେଳାଇ ଦେଇଛନ୍ତି । ଅ଼୍ଝାତ ବଏ ଫ୍ରେଣ୍ଟଙ୍କଲାଗି ବେଳେ ବେଳେ ଖବରରେ ରହୁଥିବା ସୁହାନା ଏବେ ତାଙ୍କ ଷ୍ଟାଇଲିସ ଫଟୋ ଲାଗି ଫଲୋୟରଙ୍କ ପସନ୍ଦ । ଚମତ୍କାର ଫଟୋ ଲାଗି ସେ ସୋସିଆଲ ମିଡିଆରେ ପୁରା ଜମେଇ ଦେଇଛନ୍ତି । ଆଉ ପ୍ରଶଂସକଙ୍କ ଲମ୍ବା ଲାଇନ ଦେଖି ସେ ଛାଡୁଛନ୍ତ ଚାଙ୍କର ବିଭିନ୍ନ ପୋଜ ଆଉ ଲୁକ୍ । ମୁମ୍ବାଇରେ ପରିବାର ଆଉ ଫ୍ରେଣ୍ଟଙ୍କ ସହ କ୍ୱାଲିଟି ଟାଇମ୍ ବିତାଉଥିବା ସୁହାନାଧିରେ ଧିରେ ବଲିଉଡ୍ରେ ରାଜ କରିବାକୁ ପାଦ ବଢାଇ ଚାଲିଛନ୍ତି ନିଶ୍ଚୟ । ସେ ନିଶ୍ଚିତ ଭାବେ ବଲିଉଡ୍ରେ ସ୍ଥାନ ଜମାଇଇବେ , କାରଣ ଯେବେଠୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ ଫଲୋୟର ଭରା ।
ଏକ କ୍ରପ୍ଟପ୍ ଏବଂ ଢିଲା ବ୍ୟାଗି ପ୍ୟାଣ୍ଟରେ ସାଙ୍ଗ ମାନଙ୍କ ସହ ମୁଭି ଦେଖିବାକୁ ବାହାରିଥିବା ସୁହାନାଙ୍କ ଫଟୋ ପୁରା ଭାଇରାଲ । ତାଙ୍କ ଷ୍ଟନିଙ୍ଗ୍ ଷ୍ଟାଇଲ୍ ତାଙ୍କ ଆଡକୁ ହିଁ ଟାଣିଛି ସମସ୍ତଙ୍କ ଆଖି । ସେ ହୁଏତ ତାଙ୍କର ବଲିଉଡ୍ ଏଣ୍ଟ୍ରି ଲାଗି ପୋଜ୍ ଦେଇ ନଥାଇପାରନ୍ତି, କିନ୍ତୁ ସେ ଏବେ ତ ସୋସିଆଲ ମିଡିଆରେ ପୁରା ଛାଇଯାଇଛନ୍ତି । ରେଗୁଲାର ଅପଡେଟ୍ସ ସହ ତାଙ୍କର ଚମତ୍କାର ଫଟୋ ଏବେ ଫି ଦିନ ସୋସିଆଲ ମିଡିଆରେ ।
ବଲିଉଡ୍ ସିନେମାରେ ପାଦ ନଥୋଇ ବି ସୁହାନା ଫେମସ୍ । ଆଉ ତାଙ୍କ ପାଇଁ ବାପା କିଙ୍ଗ୍ ଖାନ୍ ବି ବେଶ୍ ପ୍ରାଉଡି । କୁହନ୍ତି , ତାଙ୍କ ଝିଅର ରଙ୍ଗ ଟିକେ ଫିକା ( ଡସ୍କି) ହୋଇପାରେ , କିନ୍ତୁ ସେ ବହୁତ ସୁନ୍ଦର । ଏତିକି ନୁହେଁ, କିଙ୍ଗ୍ ଖାନଙ୍କ ରିପ୍ଲାଏ ହେଲା, “ ମୋ ଝିଅ ପୃଥିବୀର ସବୁଠୁ ସୁନ୍ଦରୀ” । ସୁହାନାଙ୍କ ଆଗରେ କେହି ବି ଶାହାରୁକ୍ଙ୍କୁ ସୁନ୍ଦର ଲାଗନ୍ତିନି, ଯଦିଓ ତାହା ସ୍ୱାଭାବିକ । କାରଣ ବାପ ଆଗରେ ତା ଝିଅ ହିଁ ତ ସବୁଠୁ ସୁନ୍ଦର । ଏମିତି କିଛି ମନ୍ତବ୍ୟ ଦେଇ ପୂର୍ବରୁ ନିଜ ଝିଅ ସୁହାନା ପ୍ରତି ତାଙ୍କ ଦୁର୍ବଳତା କହି ସାରିଛନ୍ତି ଶାହାରୁକ୍ । ଏପରିକି ଥରେ ସେ କହିଥିଲେ, ମୋ ଝିଅକୁ ଯିଏ ( ଖରାପ ନଜରରେ କେହି) ଚାହିଁବ, ମୁଁ ତାର ଆଖି ତାଡି ଦେବି, ଏମିତି କେତେ । ଏବେ ଆମେରିକାରେ ଫିଲ୍ମ ଉପରେ କୋର୍ସ କରୁଥିବା ସୁହାନା ୧୬ ବର୍ଷ ବୟସରେ ବିଦେଶକୁ ପାଠ ପଢିବାକୁ ଯିବା ଲାଗି ମୁମ୍ବାଇ ଛାଡିଥିଲେ । ଆଉ ତାଙ୍କ ଏକ୍ସପୋଜର ତାଙ୍କୁ ଅନେକଙ୍କ ସହ ମିଶିବାର ଏବଂ ଅନେକ କିଛି ଶିଖିବାର ସୁଯୋଗ ଦେଇଥିବା କୁହନ୍ତି ସୁହାନା ।