ମାର୍ଚ୍ଚରୁ ଶୁଭାରମ୍ଭ କରିବ ରାମାୟଣ ସର୍କିଟ୍ ଟ୍ରେନ୍

ଦେଶ -ବିଦେଶ ପର୍ଯ୍ୟଟନ ବଡ ଖବର

#ମାର୍ଚ୍ଚରୁ_ଶୁଭାରମ୍ଭ_କରିବ_ରାମାୟଣ_ସର୍କିଟ୍_ଟ୍ରେନ୍   ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ମାର୍ଚ୍ଚ ଶେଷ ସପ୍ତାହରେ ରାମାୟଣ ସର୍କିଟ ଟ୍ରେନ୍ ଚଳାଚଳ ଆରମ୍ଭ କରିବ ବୋଲି ଜଣାଯାଇଛି। ଏହି ଟ୍ରେନ୍ ରାମାୟଣ ସହିତ ସଂପର୍କୀତ ସ୍ଥାନଗୁଡ଼ିକ ଦେଇ ଯାତାୟତ କରିବ ବୋଲି ସୂଚନା ମିଳିଛି। ରେଳବାଇ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ କହିଛନ୍ତି ଯେ ଯାତ୍ରୀମାନଙ୍କୁ ତୀର୍ଥାଟନ କରାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଅତ୍ୟାଧୁନିକ ଟ୍ରେନରେ ମନ୍ଦିର ଭଳି ପରିବେଶ ସୃଷ୍ଟି କରାଯିବ। ଏହାଛଡ଼ା ଏଥିରେ ଭଜନ-କୀର୍ତ୍ତନର ଅଡିଓ-ଭିଡିଓ ବ୍ୟବସ୍ଥା ମଧ୍ୟ ରହିବ ବୋଲି ସେ ସୂଚନା ଦେଇଛନ୍ତି ।
ଏହି ଟ୍ରେନ୍ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିବ। ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ ଦର୍ଶନୀୟ ସ୍ଥାନଗୁଡ଼ିକୁ ସହଜରେ ବୁଲିଯାଇପାରିବେ। ଟ୍ରେନ ଭିତରେ ଓ ବାହାରେ ରାମାୟଣ କାହାଣୀ ଉପରେ ଆଧାରିତ ଚିତ୍ର ରହିବ। ଆଇଆରସିଟିସି ଏବେ ଏହି ଟ୍ରେନ ପାଇଁ ସୂଚୀ ଓ ପ୍ୟାକେଜ ପ୍ରସ୍ତୁତି କାମରେ ଲାଗି ପଡ଼ିଛି।

Image result for ramayan circuit train
ରେଳବାଇ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ ଆହୁରି ମଧ୍ୟ କହିଛନ୍ତି ଯେ କାଶୀ-ମହାକାଳ ଏକ୍ସପ୍ରେସର ଚଳାଚଳ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବାରାଣସୀରୁ ଲକ୍ଷ୍ନୌ ଏବଂ ଆହ୍ଲାବାଦ ରାସ୍ତାଦେଇ ଇନ୍ଦୋରକୁ ଯାତାୟତ କରିବାକୁ ଥିବା ଏହି ହମସଫର୍ ଶ୍ରେଣୀଭୁକ୍ତ ଟ୍ରେନର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ କରିବେ ବୋଲି ସେ କହିଛନ୍ତି। ଏହି ଟ୍ରେନ୍ ଫେବ୍ରୁଆରି୨୦ ତାରିଖରୁ ନିୟମିତଭାବେ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ରେଳବାଇ ‘ଶ୍ରୀରାମାୟଣ ଏକ୍ସପ୍ରେସ୍‌’ ନାମରେ ସ୍ବତନ୍ତ୍ର ଟ୍ରେନ୍ ଚଳାଇଥିଲା। ଏଥିରେ ମାତ୍ର ୮୦୦ ଯାତ୍ରୀ ଯିବାର ବ୍ୟବସ୍ଥା ଥିଲା।