ମହିଳାଙ୍କ ପାଇଁ ବଡ଼ ଘୋଷଣା, ବଦଳିପାରେ ମାତୃତ୍ୱର ବୟସ ସୀମା

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍‌ ଆଗତ କରି ନିଜ ଅଭିଭାଷଣରେ ଅନେକ ବଡ଼ ଘୋଷଣା କରିଛନ୍ତି। ଏହା ସହିତ ଦେଶର ମହିଳାମାନଙ୍କ ପାଇଁ ମଧ୍ୟ ବିଶେଷ ତଥା ଗୁରୁତ୍ବପୂର୍ଣ୍ଣ ଘେଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ୧ ଲକ୍ଷ ଗ୍ରାମ ପଞ୍ଚାୟତକୁ ଚଳିତ ବର୍ଷ ଅପ୍ଟିକାଲ ଫାଇବର ସହ ଯୋଡ଼ାଯିବ। ବେଟି ବଚାଓ-ବେଟି ପଢାଓ ଯୋଜନାକୁ ଖୁବ୍‍ ସଫଳତା ମିଳିଛି। ଏହି ଯୋଜନା ମାଧ୍ୟମରେ ବାଳକଙ୍କ ଅନୁପାତରେ ବାଳିକାଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ୧୦ କୋଟି ପରିବାରର ପୋଷଣ ବିଷୟରେ ସୂଚନା ଦିଆଯିବ। ୬ ଲକ୍ଷରୁ ଅଧିକ ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ୍‍ ପ୍ରଦାନ କରାଯାଇଛି।

ପୂର୍ବରୁ ମହିଳାଙ୍କ ବିବାହ ବୟସ ବୃଦ୍ଧି କରାଯାଇଥିଲା। ଏବେ ସରକାର ମହିଳାମାନଙ୍କ ମାତୃତ୍ୱ ବୟସକୁ ନେଇ ମଧ୍ୟ ଆଲୋଚନା କରୁଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ, ଯିଏ ୬ ମାସ ମଧ୍ୟରେ ଏହି ପ୍ରସଙ୍ଗ ଉପରେ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ମନ୍ତ୍ରୀ ସୀତାରମଣ କହିଛନ୍ତି।