ମତ ବଦଳାଇଲା ପତଞ୍ଜଳି: କହିଲା କରୋନା ଭାଇରସ ପାଇଁ ଔଷଧ ତିଆରି କରି ନାହୁଁ

ମତ ବଦଳାଇଲା ପତଞ୍ଜଳି: କହିଲା କରୋନା ଭାଇରସ ପାଇଁ ଔଷଧ ତିଆରି କରି ନାହୁଁ

ଦେଶ -ବିଦେଶ ବଡ ଖବର

#କରୋନା_ଭାଇରସ_ପାଇଁ_ଔଷଧ_ତିଆରି_କରି_ନାହୁଁ        ନୂଆଦିଲ୍ଲୀ: ବିବାଦରେ ପତଞ୍ଜଳି ସଂସ୍ଥା । କରୋନାକୁ ନେଇ ଲୋକେ ଭୟଭିତ ଥିବା ବେଳେ, ଲୋକଙ୍କ ବିଶ୍ବାସ ସହିତ ଖେଳ ଖେଳିଛି ପତଞ୍ଜଳି । ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ‘ପତଞ୍ଜଳି କୋରୋନିଲ ଔଷଧ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ଦେବ ବୋଲି ’ ଦାବି କରିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ବାବା ରାମଦେବଙ୍କ ନାଁରେ ଅନେକ ସ୍ଥାନରେ ଏତଲା ରୁଜୁ ହୋଇଥିଲା । ଅନେକ ବିବାଦର ସାମ୍ନା କରିବା ପରେ ଏବେ ପତଞ୍ଜଳି ୟୁ- ଟର୍ଣ୍ଣ ନେଇଛି । ‘କୋରୋନିଲ’ ଔଷଧ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ଦେଉଥିବା ଦାବିକୁ ବାବା ରାମଦେବଙ୍କ କମ୍ପାନୀ ‘ପତଞ୍ଜଳି’ ପ୍ରତ୍ୟାହାର କରି ନେଇଛି । ବର୍ତ୍ତମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆମେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଔଷଧ ତିଆରି କରିଛୁ, କରୋନାରୁ ମୁକ୍ତି ଦେବା ପାଇଁ ନୁହେଁ। ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି ଯେ, ଆମେ କେବେ ଦାବି କରିନାହୁଁ ଯେ ଆମେ କରୋନାଭାଇରସର ମୁକାବିଲା ପାଇଁ ଔଷଧ ତିଆରି କରିଛୁ। ପତଞ୍ଜଳି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଔଷଧ ତିଆରି କରିଛି ଏବଂ ଏହା କରୋନାକୁ ମଧ୍ୟ ଭଲ କରିଛି ।

କମ୍ପାନୀର କରୋନା ସମ୍ବନ୍ଧୀୟ ଔଷଧ ବିଷୟରେ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି ଯେ, ଆମେ ତୁଳସୀ, ଗିଲୋଇ, ଅଶ୍ୱଗନ୍ଧାକୁ ମିଶ୍ରଣ କରି କରୋନାଭାଇରସ୍ ରୋଗୀଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷା କରିଥିଲୁ । ଯାହା ପରେ ସେ ଆରୋଗ୍ୟ ଲାଭ କରିଥିଲେ। ଆମେ କରୋନା ଔଷଧ ତିଆରି କରିଥିବା ନେଇ କୌଣସି ସ୍ଥାନରେ ଦାବି କରିନାହୁଁ କି ବିଜ୍ଞାପନ ଦେଇନାହୁଁ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆମେ ଲାଇସେନ୍ସପ୍ରାପ୍ତ ଏବଂ ସେ ନେଇ ଔଷଧ ପ୍ରସ୍ତୁତ କରିଛୁ।ଆୟୁଷ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ନୋଟିସ ବିଷୟରେ କମ୍ପାନୀ କହିଛି ଯେ, ଆୟୁଷ ମନ୍ତ୍ରାଳୟ ଯଦି ଆମକୁ ପୁନର୍ବାର କ୍ଲିନିକାଲ ପରୀକ୍ଷା କରିବାକୁ କହିବ, ତେବେ ଆମେ ତାହା କରିବାକୁ ପ୍ରସ୍ତୁତ। ଆମେ ଯାହା କହିନାହୁଁ, ତାକୁ ନେଇ ପ୍ରଶ୍ନ ଉଠିଛି । ଆମେ ଏହି ଔଷଧଗୁଡ଼ିକର କ୍ଲିନିକାଲ୍ ପରୀକ୍ଷାର ଫଳାଫଳକୁ ବିଶ୍ୱ ଆଗରେ ଉପସ୍ଥାପନ କଲୁ । ବାଲକ୍ରିଷ୍ଣା କହିଛନ୍ତି ଯେ, ଆୟୁଷ ମନ୍ତ୍ରାଳୟ କୌଣସି ତେଲ କିମ୍ବା ଅନ୍ୟାନ୍ୟ ଗବେଷଣା କରିବାକୁ ଅନୁମତି ଦେଇଥିଲା, ଯାହାକୁ ନେଇ ଆମେ ପରୀକ୍ଷା କରିଥିଲୁ।