ଭୋକ ବିକଳରେ ରୋଗୀ ଖାଇଦେଲେ ଜିଅନ୍ତା ପାରା

ଦେଶ -ବିଦେଶ ବଡ ଖବର ବିଶେଷ

ରାଞ୍ଚି:   ରାଞ୍ଚିରେ ଏକ ହୃଦୟବିଦାରକ ଘଟଣା ଘଟିଛି | ପୁଣି ଥରେ ସମ୍ବେଦନହୀନ ସମାଜର ଚିତ୍ର ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ରାଞ୍ଚିରେ ଥିବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ମାନସିକ ବିକୃତ ରୋଗୀ ଏକ ଜିଅନ୍ତା ପାରାକୁ ମାରି ଖାଇଦେଇଛନ୍ତି | ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ସ୍ଥାନୀୟ ମିଡ଼ିଆର ଖବର ମୁତାବକ ଝାଡ଼ଖଣ୍ଡର ସବୁଠାରୁ ବଡ ହସ୍ପିଟାଲରେ ମାନସିକ ରୋଗୀଙ୍କ ପାଇଁ ଖାଦ୍ୟ ଦେବାର ବ୍ୟବସ୍ଥା ରହିଛି | କିନ୍ତୁ ଏହି ରୋଗୀଙ୍କୁ ଖାଦ୍ୟ ମିଳି ନଥିଲା, ଫଳରେ ଭୋକରେ ଆଉଟୁପାଉଟୁ ହୋଇ ରୋଗୀ ଜଣକ କିଛି ଉପାୟ ପାଇ ନଥିଲେ |

ଶେଷରେ ଭୋକ ବିକଳରେ ଏକ ପାରାକୁ ମାରି ତାହାକୁ କଞ୍ଚା ଖାଇଥିଲେ | ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ମେଡିକାଲ ପକ୍ଷରୁ ଖାଦ୍ୟ ନ ମିଳିବା ପରେ ଏହି ରୋଗୀ ଜଣକ ମେଡିକାଲକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଖାଇବାକୁ ମାଗିଥିଲେ | କିନ୍ତୁ କେହି ବି ଖାଦ୍ୟ ଦେବା ଦୂରେ ଥାଉ ଥରେ ବି ଚାହିଁ ନଥିଲେ |