ଭିନ୍ନ ଲୁକରେ ପ୍ରିୟଙ୍କା ଚୋପ୍ରା

ଦେଶ -ବିଦେଶ ବଡ ଖବର ମନୋରଞ୍ଜନ

ମୁମ୍ବାଇ :  ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍  ଗ୍ରାମୀ ଆଓ୍ବାର୍ଡ଼ସରେ ଖୁବ୍ ଚର୍ଚ୍ଚିତ ହୋଇଥିଲେ। ଦୁହେଁ ଭିନ୍ନ ଲୁକରେ ରବିବାର ରାତିରେ କାର୍ଯ୍ୟକ୍ରମକୁ ପହଞ୍ଚିଥିଲେ ଏବଂ ଅନେକ ଫଟୋ ଉଠାଇଥିଲେ। ଦେଖୁ ଦେଖୁ ଫଟୋ ଇଣ୍ଟରନେଟରେ ଭାଇରାଲ୍ ହୋଇଯାଇଥିଲା ଏବଂ ସମସ୍ତେ ପ୍ରିୟଙ୍କାଙ୍କ ରାଲ୍ଫ ଏଣ୍ଡ ରୁସୋ ଗାଉନ୍ ବିଷୟରେ ଆଲୋଚନା କରିଥିଲେ। ଏଥିପାଇଁ ସେ ଅନଲାଇନ୍ ଟ୍ରୋଲିଙ୍ଗର ଶିକାର ହୋଇଥିଲେ।ପ୍ରାୟ ସମସ୍ତ ଲୋକଙ୍କୁ ଆଉଟଫିଟ୍ ଏବଂ ପ୍ରିୟଙ୍କାଙ୍କ କନଫିଡେନ୍ସ ପସନ୍ଦ ଆସିଥିଲା କିନ୍ତୁ କେତେକ ଲୋକ ତାଙ୍କୁ ଏଥିପାଇଁ ନିନ୍ଦା କରିଥିଲେ। କେତେକ ଲୋକେ କହିଥିଲେ ଯେ ପ୍ରିୟଙ୍କାଙ୍କୁ ତାଙ୍କ ଶରୀର ଗଠନ ହିସାବରେ ପିନ୍ଧିବା ଆବଶ୍ୟକ।