ଭିନ୍ନମତ ରଖୁଥିବା ଲୋକମାନଙ୍କୁ ଦେଶଦ୍ରୋହୀ କହିବା ସମ୍ବିଧାନ ବିରୋଧୀ : ଜଷ୍ଟିସ ଚନ୍ଦ୍ରଚୂଡ଼

ଦେଶ -ବିଦେଶ ବଡ ଖବର

#ଭିନ୍ନମତ_ରଖୁଥିବା_ଲୋକମାନଙ୍କୁ_ଦେଶଦ୍ରୋହୀ_କହିବା_ସମ୍ବିଧାନ_ବିରୋଧୀ  ନୂଆଦିଲ୍ଲୀ : ଭିନ୍ନମତ ହେଉଛି ଗଣତନ୍ତ୍ରର ସେଫଟି ଭାଲବ । ସରକାରଙ୍କ ସହ ଭିନ୍ନମତ ରଖିଥବା ଲୋକମାନଙ୍କୁ ଦେଶଦ୍ରୋହୀ କହିବା ସମ୍ବିଧାନର ମୂଳ ଆଦର୍ଶର ବିରୋଧୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ  ଧନଞ୍ଜୟ ୟଶଓ୍ୱନ୍ତ ଚନ୍ଦ୍ରଚୂଡ଼ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ କଳର ବ୍ୟବହାର କରି ବିରୋଧକୁ ଦବାଇବା ଏକ ବେଆଇନ କାର୍ଯ୍ୟ ।

ଅହମଦାବାଦଠାରେ ଅନୁଷ୍ଠିତ ଜଷ୍ଟିସ ପିପି ଦେଶାଇ ସ୍ମାରକୀ ଭାଷଣ ଦେଇ ସେ କହିଛନ୍ତି ଯେ ସମ୍ବିଧାନ ନିର୍ମାତାମାନେ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ବା ମୁସଲିମ ରାଷ୍ଟ୍ର ନକରି ଏକ ଗଣତନ୍ତ୍ର ରାଷ୍ଟ୍ର କରିଥିଲେ । ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି, କୌଣସି ଗୋଟିଏ ଗୋଷ୍ଠୀ ଭାରତ ଉପରେ ଏକାଧିକାର ଦର୍ଶାଇ ପାରିବ ନାହିଁ ।