ଭାଲେଣ୍ଟାଇନ୍ ଡେ’ରେ କେଜିରିଓ୍ବାଲା ନେବେ ଶପଥ…

ଦେଶ -ବିଦେଶ ବଡ ଖବର ରାଜନୀତି

ନୂଆଦିଲ୍ଲୀ : ପ୍ରେମ ଦିବସରେ ଶପଥ ନେବେ କେଜିରିଓ୍ବାଲା। ଦିଲ୍ଲୀ ବିଧାନସଭା ନିର୍ବାଚନର ବାଜିମାତ କଲା ଆପ୍। ଦିଲ୍ଲୀର ଜନତା ପୁଣିଥରେ କେଜ୍ରିଓ୍ବାଲଙ୍କୁ ଗାଦିରେ ବସାଇଛନ୍ତି। ଆମ ଆଦମୀ ପାର୍ଟି ବହୁମତ ହାସଲ ଦିଲ୍ଲୀରେ ବିଜୟର ବାନା ଉଡ଼ାଇଛି। ତେବେ କେଜ୍ରିଓ୍ବାଲ ଆସନ୍ତା ୧୪ ତାରିଖ ବା ଭାଲେଣ୍ଟାଇନ୍ ଡେ’ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। କେଜ୍ରିଓ୍ବାଲଙ୍କ ପାଇଁ ଏହି ଫେବୃଆରୀ ୧୪ ତାରିଖ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

୩ ଥର କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ୨୦୧୩ରେ ଦିଲ୍ଲୀ ବିଧାନସଭାରେ ଜିତିବା ପରେ କଂଗ୍ରେସ ସହ ମିଶି ମେଣ୍ଟ ସରକାର ଗଠନ କରିଥିଲେ କେଜ୍ରିଓ୍ବାଲ। କିନ୍ତୁ ସରକାର ଭାଙ୍ଗିବା ପରେ ପୁଣିଥରେ ହୋଇଥିଲା ନିର୍ବାଚନ। ଆଉ ଦ୍ବିତୀୟ ଥର ନିର୍ବାଚନରେ ଜିତି କେଜ୍ରିଓ୍ବାଲ ୨୦୧୫ ଫେବୃଆରୀ ୧୪ରେ ଦିଲ୍ଲୀର ରାମଲୀଲା ମୈଦାନରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଇ ନେଇଥିଲେ। ପୁଣି ଥରେ ବହୁମତ ସମର୍ଥନରେ କେଜିରିଓ୍ବାଲ ସରକାର ଗଠନ କରିଛନ୍ତି।