ଭାରତ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି

ଭାରତ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#ଭାରତ_ବିଶ୍ବର_ପଞ୍ଚମ_ବୃହତ୍_ଅର୍ଥନୀତି    ନୂଆଦିଲ୍ଲୀ: ଭାରତ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି। ୨୦୧୯ରେ ଭାରତର ଅର୍ଥନୀତି ବ୍ରିଟେନ ଏବଂ ଫ୍ରାନ୍ସକୁ ଅତିକ୍ରମ କରି ବିଶ୍ବର ପଞ୍ଚମ ବଡ଼ ଅର୍ଥନୀତିରେ ପରିଣତ ହୋଇଛି ବୋଲି ଏକ ରିପୋର୍ଟରେ କୁହାଯାଇଛି। ଆମେରିକାର ୱାର୍ଲଡ ପପୁଲେସନ୍ ରିଭ୍ୟୁ ନାମକ ଏକ ସ୍ବାଧୀନ ସଂସ୍ଥା ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଭାରତ ଏକ ଉନ୍ମୁକ୍ତ ବଜାର ଅର୍ଥନୀତିରେ ପରିଣତ ହେଉଛି। ୨୦୧୯ରେ ଭାରତର ଜିଡିପି ବା ମୋଟ ଘରୋଇ ଉତ୍ପାଦ ୨.୯୪ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ ବ୍ରିଟେନ ଅର୍ଥନୀତିର ଆକାର ୨.୮୩ ଲକ୍ଷ କୋଟି ଡଲାର ଥିବାବେଳେ ଫ୍ରାନ୍ସ ଅର୍ଥନୀତିର ଆକାର ୨.୭୧ ଲକ୍ଷ କୋଟି ଡଲାର ରହିଛି। ଏମାନେ ଭାରତ ପଛକୁ ଯଥାକ୍ରମେ ଷଷ୍ଠ ଏବଂ ସପ୍ତମ ବୃହତ୍ ଅର୍ଥନୀତି ରହିଛନ୍ତି।

ରିପୋର୍ଟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକା ୧୫୨୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ଜିଡିପି ସହିତ ବିଶ୍ବର ସବୁଠୁ ବଡ଼ ଅର୍ଥନୀତି ରହିଥିବାବେଳେ ଚୀନ ୧୦୦୪ ଲକ୍ଷ କୋଟି ଡଲାର ଜିଡିପି ସହିତ ଦ୍ବିତୀୟ, ଜାପାନ ୩୬୫ ଲକ୍ଷ କୋଟି ଡଲାର ଜିଡିପି ସହିତ ତୃତୀୟ ଏବଂ ଜର୍ମାନୀ ୨୮୪ ଲକ୍ଷ କୋଟି ଡଲାର ମୂଲ୍ୟର ଜିଡିପି ସହିତ ଚତୁର୍ଥ ବୃହତ୍ ଅର୍ଥନୀତି ରହିଛି। ଇଟାଲି ୧୪୧ ଲକ୍ଷ କୋଟି ଡଲାର ଜିଡିପି ସହିତ ଅଷ୍ଟମ, ବ୍ରାଜିଲ ୧୩୧ ଲକ୍ଷ କୋଟି ଡଲାର ସହିତ ୯ମ ଏବଂ କାନାଡ଼ା ୧୨୩ ଲକ୍ଷ କୋଟି ଡଲାର ସହିତ ୧୦ମ ବୃହତ୍ ଅର୍ଥନୀତି ହୋଇପାରିଛି ବୋଲି ରିପୋର୍ଟରେ କୁହାଯାଇଛି।

ତେବେ କ୍ରୟଶକ୍ତି ସମତା ବା ପର୍ଚ୍ଚେଜିଂ ପାୱାର ପ୍ୟାରିଟି (ପିପିପି) ଅନୁଯାୟୀ, ଭାରତର ଜିଡିପି ୧୦.୫୧ ଲକ୍ଷ କୋଟି ଡଲାର ରହିବା ସହିତ ଜାପାନ ଏବଂ ଜର୍ମାନୀ ଅର୍ଥନୀତିକୁ ଟପିଛି ବୋଲି କୁହାଯାଇଛି। କିନ୍ତୁ ଭାରତ ଏକ ଜନବହୁଳ ଦେଶ ହୋଇଥିବାରୁ ଏହାର ମୁଣ୍ଡ ପିଛା ଜିଡିପି ବା ଆୟ ୨୧୭୦ ଡଲାର ରହିଛି। ସେହିସମୟରେ ଆମେରିକାରେ ମୁଣ୍ଡପିଛା ଜିଡିପି ବା ଆୟ ୬୨,୭୯୪ ଡଲାର ରହିଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ସଂସ୍ଥା ପକ୍ଷରୁ ଆକଳନ ମଧ୍ୟ କରାଯାଇଛି। କ୍ରମାଗତ ତୃତୀୟ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ୭.୫ ପ୍ରତିଶତରୁ କମି ୫ ପ୍ରତିଶତ ରହିବା ନେଇ ଏହି ସଂସ୍ଥା ଆଶାବ୍ୟକ୍ତ କରିଛି।