ହାମିଲଟନ : ହାମିଲଟନ (ନ୍ୟୁଜିଲାଣ୍ଡ)ର ସେଡନ ପାର୍କଠାରେ ଚାଲିଥିବା ଭାରତ ନ୍ୟୁଜିଲାଣ୍ଡ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୪ ଓ୍ଵିକେଟରେ ପରାସ୍ତ କରିଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ଲଢୁଆ ଶତକ ବଳରେ ନ୍ୟୁଜିଲାଣ୍ଡ ଏହି ବିଜୟ ହାସଲ କରିବା ସହ ସିରିଜରେ ୧-୦ରେ ଅଗୁଆ ରହିଛି । ୮୪ ବଲରେ ୧୦୯ ରନ କରି ଅପରାଜିତ ଥିବା ଟେଲରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।
ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୩୪୭ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶ୍ରେୟାସ ଆୟାର ୧୦୩ ରନ, ଲୋକେଶ ରାହୁଲ ୮୮ ରନ ଓ ଅଧିନାୟକ ବିରାଟ କୋହଲି ୫୧ ରନ କରିଥିଲେ । ଦୁଇ ଓପନର ପୃଥିବୀ ଶାହ ଓ ମୟଙ୍କ ଅଗ୍ରଓ୍ଵାଲ ଯଥାକ୍ରମେ ୨୦ ଓ ୩୨ ରନ କରିଥିଲେ ।