ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଟପିଲା

ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଟପିଲା

ଦେଶ -ବିଦେଶ ବଡ ଖବର

#ବିଶ୍ୱରେ_କରୋନା_ମୃତ୍ୟୁ_ସଂଖ୍ୟା_୫_ଲକ୍ଷ_ଟପିଲା          ନୂଆଦିଲ୍ଲୀ    :     ବିଶ୍ୱରେ କରୋନା (କୋଭିଡ -୧୯) ରେ ମୃତ୍ୟୁ ସଂଖ୍ୟା ପାଂଚ ଲକ୍ଷ ଟପିଛି । ବର୍ତମାନ କରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ୫,୦୧,୦୦୦ ରେ ପହଂଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦.୧ ନିୟୁତକୁ ବୃଦ୍ଧି ପାଇଛି ।ଗତ ସପ୍ତାହରେ ମୃତ୍ୟୁ ହାର ହ୍ରାସ ପାଇଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆମେରିକା, ଭାରତ ଏବଂ ବ୍ରାଜିଲ ଭଳି ଦେଶରେ ରେକର୍ଡ ସଂଖ୍ୟା ତଥା ଏସିଆର କିଛି ଅଂଶରେ ନୂଆ ମାମଲା ହେବାର ଆଶଙ୍କା ପ୍ରକାଶ କରିଛନ୍ତି । ୧ ରୁ ୨୭ ଜୁନ୍ ମଧ୍ୟରେ ହାରାହାରି ଗଣନାକୁ ଆଧାର କରି, କୋଭିଡ -୧୯ ହେତୁ ପ୍ରତି ୨୪ ଘଂଟାରେ ୪,୭୦୦ ରୁ ଅଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହା ପ୍ରତି ଘଂଟାରେ ୧୯୬ ଲୋକ କିମ୍ବା ପ୍ରତି ୧୮ ସେକେଣ୍ଡରେ ଜଣେ ବ୍ୟକ୍ତିର ମୃତ୍ୟୁ ହାର ସହିତ ସମାନ ।

ବର୍ତ୍ତମାନ ମୋଟ ମୃତ୍ୟୁର ପ୍ରାୟ ଏକ ଚତୁର୍ଥାଂଶ ଆମେରିକାରେ ଘଟିଛି । ସମ୍ପ୍ରତି ଆମେରିକାର ଦକ୍ଷିଣ ଏବଂ ପଶ୍ଚିମ ରାଜ୍ୟଗୁଡିକ ନୂତନ ମାମଲା ସଂଖ୍ୟାରେ ସବୁଠାରୁ ଅଧିକ ରହିଛି । ଆମେରିକାରେ ରବିବାର ଦିନ ୪୪,୭୦୦ ନୂତନ ମାମଲା ଏବଂ ୫୦୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଲାଟିନ୍ ଆମେରିକାରେ ମାମଲା ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରବିବାର ଦିନ, ଦକ୍ଷିଣ ଆମେରିକାରେ ୟୁରୋପର ଅତିକ୍ରମ କରିଛି ଏବଂ ଉତର ଆମେରିକା ପରେ ଏହି ମହାମାରୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ସର୍ବାଧିକ ।

ଗତ ୯ ଜାନୁଆରୀରେ କରୋନାରେ ପ୍ରଥମ ମୃତ୍ୟୁ ହୋଇଥିଲା । କୋଭିଡ -୧୯ ରୁ ମାତ୍ର ପାଂଚ ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟା ମ୍ୟାଲେରିଆରେ ବାର୍ଷିକ ମୃତ୍ୟୁ ହାରକୁ ଅତିକ୍ରମ କରିଛି, ଯାହା ଅନ୍ୟତମ ମାରାତ୍ମକ ସଂକ୍ରାମକ ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୧୮ ତଥ୍ୟ ଅନୁଯାୟୀ, କରୋନା ଜୀବାଣୁ ମୃତ୍ୟୁ ହାର ହାରାହାରି ୭୮,୦୦୦, ୬୪,୦୦୦ ଏଡସ୍ ସମ୍ବନ୍ଧୀୟ ମୃତ୍ୟୁ ଏବଂ ମ୍ୟାଲେରିଆରେ ୩୬,୦୦୦ ମୃତ୍ୟୁ ଘଟିଥିଲା ।