ବରଯାତ୍ରୀଙ୍କ ଶେଷଯାତ୍ରା, ନଈକୁ ଖସିଲା ବସ ୨୪ ମୃତ

ବରଯାତ୍ରୀଙ୍କ ଶେଷଯାତ୍ରା, ନଈକୁ ଖସିଲା ବସ ୨୪ ମୃତ

ଦେଶ -ବିଦେଶ ବଡ ଖବର

#ବରଯାତ୍ରୀଙ୍କ_ଶେଷଯାତ୍ରା,_ନଈକୁ_ଖସିଲା_ବସ_୨୪_ମୃତ  କୋଟା :  ବରଯାତ୍ରୀଙ୍କ ଯାତ୍ରା ପାଲଟିଗଲା ଜୀବନର ଶେଷ ଯାତ୍ରା । ନଦୀକୁ ଖସିପଡିଲା ଯାତ୍ରୀବାହୀ ବସ୍‌ । ପୋଲ ତଳକୁ ଖସିବା ଦ୍ବାରା ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ରାଜସ୍ଥାନର କୋଟାରୁ ମାୟରା ଯାଉଥିଲା ଏକ ଯାତ୍ରାବାହୀ ବସ୍‌ । ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୩୦ଜଣ ଯାତ୍ରୀଙ୍କୁ ନେଇ ବରଯାତ୍ରୀ ରୂପରେ ଯାଉଥିଲେ ସମସ୍ତେ । ତେବେ ରାସ୍ତାରେ ଦ୍ରୁତ ଗତିରେ ବସ୍‌ଟି ଯାତ୍ରା କରୁଥିଲା । କିନ୍ତୁ ହଠାତ୍‌ ବସ୍‌ ଉପରୁ ନିଜର ଭାରସାମ୍ୟ ହରାଇ ବସିଥିଲେ ଡ୍ରାଇଭର , ଯାହାଫଳରେ ପୋଲରେ ଯାଉଥିବା ବସ୍‌ଟି ନଦୀକୁ ଖସିପଡିଥିଲା । ବରଯାତ୍ରୀ ସହ ବସ୍‌ଟି ନଦୀରେ ଓଲଟି ପଡିଯାଇଥିଲେ । ତେବେ ବସ୍‌ଟି ପୋଲ ତଳକୁ ଖସିପଡୁଥିବା ଦେଖି ସ୍ଥାନୀୟ ଲୋକ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ସ୍ଥାନୀୟଲୋକ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।

ତେବେ ଶେଷରେ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳଙ୍କ ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ନଦୀରେ ବସ୍‌ଟି ବୁଡିଯିବା ଯୋଗୁଁ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଯାଇଥିବାର ସୂଚନା ରହିଛି । ମେଡିକାଲରେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଯିବ । ଉଦ୍ଧାରକାରୀ ଦଳ ବସ୍‌ରେ ଥିବା ଅନ୍ୟ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି। ମୃତକଙ୍କ ମଧ୍ୟରେ କିଛି ମହିଳା ଥିବା ସୂଚନା ମିଳିଛି । ସମସ୍ତ ମୃତକ କୋଟାର ବାସିନ୍ଦା ବୋଲି ମଧ୍ୟ ଜଣାପଡିଛି ।

ନଦୀରେ ବସ୍‌ ପଡିବା କଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତୁରନ୍ତ ଉଦ୍ଧାରକାରୀ ଦଳ ଏସଡିଏଫ୍  ଟିମ୍‌କୁ ଘଟଣାସ୍ଥଳକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଉଦ୍ଧାର କାର୍ଯ୍ୟକୁ ତ୍ବରାନିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।