ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ସାକ୍ଷାତ୍‌କାର କିମ୍ବା ସାମ୍ବାଦିକ ସମ୍ମିଳନୀ ନେଇ କୌଣସି ତଥ୍ୟ ପିଏମ୍‌ଓ ପାଖରେ ନାହିଁ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ:  ସୂଚନା ଅଧିକାର ଆଇନ୍‌ ବଳରେ ସୂଚନା ପ୍ରାପ୍ତ କରିବା ଏବେ ପ୍ରତି ଭାରତୀୟ ନାଗରିକର ଏକ ସାମ୍ବିଧାନିକ ଅଧିକାର। ଏହି ଆଇନ୍‌ ବଳରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଞ୍ଚ ବର୍ଷ ଭିତରେ କେତେ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି  ଓ ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ । ମୋଦୀ କେତେ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଓ ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇଛନ୍ତି ସେ  ତଥ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ନିକଟରେ ନାହିଁ ବୋଲି  ପିଏମ୍‌ଓ ପକ୍ଷରୁୁ ଉତ୍ତର ଦିଆଯାଇଛି।

ପିଏମ୍‌ଓ ପକ୍ଷରୁ ଉତ୍ତରରେ କୁହାଯାଇଛି କି ‘ପ୍ରଧାନମନ୍ତ୍ରୀଙ୍କର ଗଣମାଧ୍ୟମ ସହ ସାକ୍ଷାତ୍‌ ଉଭୟ ‘ସ୍ଥିରୀକୃତ’ ଓ ‘ଅଣସ୍ଥିରୀକୃତ’ ହୋଇଥାଏ। ତେବେ ତାହା ରେକର୍ଡ ହୋଇନାହିଁ।’

ପ୍ରଧାନମନ୍ତ୍ରୀ ମୋଦୀ ଅନେକ ସାକ୍ଷାତ୍‌କାର ଦେଇଛନ୍ତି। ସେ ସବୁ ସାକ୍ଷାତ୍‌କାର କେଉଁ ସ୍ଥାନରେ ଓ କେବେ ହୋଇଛି ବୋଲି ଆର୍‌ଟିଆଇରେ ପଚରାଯିବା ସହ କେଉଁ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସାକ୍ଷାତ୍‌କାର କରାଯାଇଥିଲା ତାହାର ସୂଚନା ମଗା ଯାଇଥିଲା । ଏହାର ଉତ୍ତରରେ ପିଏମ୍‌ଓ ପକ୍ଷରୁ ସେ ସଂପର୍କିତ ତଥ୍ୟ ରେକର୍ଡ ହୋଇ ରହିନାହିଁ ବୋଲି କୁହାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଗଣମାଧ୍ୟମରେ ବିଶେଷ ସକ୍ରିୟ ରହୁ ନଥିବା କାରଣରୁ ଓ ମୋଦୀଙ୍କୁ ଗଣମାଧ୍ୟମରେ ସକ୍ରିୟ ରହିବା ହେତୁ ପୂର୍ବରୁ ଅନେକ ଥର ସମାଲୋଚନାର ଶିକାର ହେବାକୁ ପଡ଼ିିଛି। ନିକଟରେ ଜାନୁଆରି ୧୩ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ବି ଟ୍ବିଟ୍‌ କରି ମୋଦୀଙ୍କୁ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି।