ପ୍ରଧାନମନ୍ତ୍ରୀ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ_ଟେଲିଫୋନ ଯୋଗେ ଆଲୋଚନା

ପ୍ରଧାନମନ୍ତ୍ରୀ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ_ଟେଲିଫୋନ ଯୋଗେ ଆଲୋଚନା

ଦେଶ -ବିଦେଶ ବଡ ଖବର

#ପ୍ରଧାନମନ୍ତ୍ରୀ_ଓ_ରୁଷ_ରାଷ୍ଟ୍ରପତିଙ୍କ_ମଧ୍ୟରେ_ଟେଲିଫୋନ_ଯୋଗେ_ଆଲୋଚନା     ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବିଜୟର ୭୫ ବର୍ଷ ପୂର୍ତି ଅବସରରେ ପାଳନ କରାଯାଉଥିବା ସମାରୋହ ସଫଳତା ଏବଂ ରୁଷରେ ସାମ୍ବିଧାନିକ ସଂଶୋଧନ ଉପରେ ଭୋଟ୍ ର ସଫଳ ସମାପନ ଲାଗି ପ୍ରଧାନମନ୍ତ୍ରୀ ସହୃଦୟତାର ସହିତ ଅଭିନନ୍ଦନ ଜ୍ଞାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ୨୪ଜୁନ ୨୦୨୦ରେ ମସ୍କୋରେ ଆୟୋଜିତ ସାମରିକ ପରେଡରେ ଏକ ଭାରତୀୟ ସୈନ୍ୟ ଦଳ ଅଂଶଗ୍ରହଣ ବିଷୟରେ ଉଲ୍ଲେଖ କରିଥିଲେ । ଏହାକୁ ସେ ଭାରତ ଓ ରୁଷର ଜନସାଧାରଣଙ୍କ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱର ପ୍ରତୀକ ବୋଲି କହିଥିଲେ ।ଉଭୟ ନେତା କୋଭିଡ-୧୯ ବୈଶ୍ୱିକ ମହାମାରୀର ନକାରାତ୍ମକ ପରିଣାମକୁ ଦୂର କରିବା ଲାଗି ଦୁଇ ଦେଶ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରଭାବୀ ଉପାୟ ବିଷୟରେ ଆଲୋଚନା କରିଥିଲେ । କୋଭିଡ ପରବର୍ତୀ ବିଶ୍ୱରେ ସମ୍ଭାବ୍ୟ ଆହ୍ୱାନର ମିଳିମିଶି ମୁକାବିଲା କରିବା ଲାଗି ଭାରତ ଓ ରୁଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ମହତ୍ୱ ବିଷୟରେ ସହମତି ବ୍ୟକ୍ତ କରିଥିଲେ ।

ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କ ପରାମର୍ଶକୁ ତ୍ୱରାନ୍ୱିତ କରିବା ଲାଗି ସହମତ ହୋଇଥିଲେ, ଯାହାଦ୍ୱାରା ଚଳିତ ବର୍ଷ ଶେଷରେ ଭାରତରେ ହେବାକୁ ଥିବା ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଆୟୋଜନ କରାଯାଇପାରିବ । ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଲାଗି ଭାରତରେ ପୁତିନଙ୍କୁ ସ୍ୱାଗତ କରିବା ଲାଗି ନିଜର ଉତ୍ସୁକତା ବ୍ୟକ୍ତ କରିଥିଲେ ।ରାଷ୍ଟ୍ରପତି ପୁତିନ ଫୋନ କଲ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ସାମରିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।