ପ୍ରତ୍ୟେକଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା : ପ୍ରଧାନମନ୍ତ୍ରୀ

ପ୍ରତ୍ୟେକଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା : ପ୍ରଧାନମନ୍ତ୍ରୀ

ଦେଶ -ବିଦେଶ ବଡ ଖବର

#ପ୍ରତ୍ୟେକଙ୍କ_ଜୀବନ_ବଞ୍ଚାଇବା_ସରକାରଙ୍କ_ପ୍ରାଥମିକତା               ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ବୁଧବାର ସଂସଦର ବିଭିନ୍ନ ରାଜନୈତିକ ଦଳ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ।
ସମଗ୍ର ବିଶ୍ୱ ବର୍ତ୍ତମାନ କୋଭିଡ-୧୯ର ଜଟିଳ ପରିସ୍ଥିତି ସାମନା କରୁଛି । ବର୍ତ୍ତମାନର ପରିସ୍ଥିତି ମାନବ ଜାତିର ଇତିହାସକୁ ମଧ୍ୟ ପରିବର୍ତ୍ତନ କରିଦେଇପାରେ । ଏହାକୁ ପ୍ରତିହତ କରିବା ପାଇଁ ଆମକୁ ସର୍ବବିଧ ଉଦ୍ୟମ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଗୁଡିକ କେନ୍ଦ୍ର ସହ ସମତାଳରେ କରୋନା ସଂକ୍ରମଣର ପ୍ରତିକାର ପାଇଁ କାମ କରୁଥିବାରୁ ସେ ରାଜ୍ୟ ସରକାର ମାନକୁ ପ୍ରଶଂସା କରିଛନ୍ତି । ପ୍ରତ୍ୟେକ ନାଗରିକ ଏହି ସଂଗ୍ରାମର ମୁକାବିଲା କରିବା ପାଇଁ ଲକଡାଉନ ଓ ଜନତା କର୍ଫ୍ୟୁ ସମୟରେ ସାମାଜିକ ଦୁରତ୍ୱକୁ ଅତ୍ୟନ୍ତ ଶୃଙ୍ଖଳା ଓ ନିଷ୍ଠାର ସହ ପାଳନ କରିଥିବାରୁ ସେମାନେ ପ୍ରଶଂସାର ପାତ୍ର ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆଲୋଚନା କାଳରେ ଉତ୍ପନ୍ନ ସ୍ଥିତିର ପ୍ରଭାବ ସମ୍ପର୍କରେ ସୂଚନା ଦେବା ସହ ପୃଥିବୀର କେତେକ ଦେଶ ମଧ୍ୟରେ ଭାରତ ଏପର୍ଯ୍ୟନ୍ତ ସଂକ୍ରମଣର ପ୍ରଭାବକୁ ରୋକିବାରେ ସମର୍ଥ ହୋଇଛି ବୋଲି କହିଥିଲେ । ମାତ୍ର ପରିସ୍ଥିତି ସବୁବେଳେ ବଦଳୁଥିବାରୁ ଆମକୁ ସବୁବେଳେ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ବର୍ତମାନ ଏକ ସାମାଜିକ ଜରୁରିସ୍ଥିତି ଦେଇ ଗତି କରୁଛି । ଦେଶକୁ କଠୋର ନିଷ୍ପତି ନେବା ସହ ସତର୍କ ରହିବାକୁ ପଡିବ । ଲକଡାଉନର ଅବଧି ବଢେଇବା ପାଇଁ କେତେକ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି । ବର୍ତମାନର ପରିବର୍ତିତ ପରିସ୍ଥିତିରେ ଦେଶକୁ ଏହାର କାର୍ଯ୍ୟ ସଂସ୍କୃତି ଓ କାମ କରିବା ଢଙ୍ଗରେ ପରିବର୍ତ୍ତନ ଆଣିବାକୁ ପଡିବ । ପ୍ରତ୍ୟେକ ବ୍ୟକ୍ତିର ଜୀବନ ବଂଚାଇବା ପାଇଁ ସରକାର ପ୍ରାଥମିକତା ଦେଉଥିବା ବେଳେ କୋଭିଡ-୧୯ ଯୋଗୁଁ ଦେଶ ଗୁରୁତର ଆର୍ଥିକ ଆହ୍ୱାନର ସମ୍ମୁଖିନ ହେଉଛି ବୋଲି ସେ କହିଛନ୍ତି ।
ଆଲୋଚନାରେ ଯୋଗଦେଇଥିବା ନେତାମାନେ ସମୟୋଚିତ ପଦକ୍ଷେପ ନେଇଥିବାରୁ ଏହାର ପ୍ରଶଂସା କରିବା ସହ ସମଗ୍ର ଦେଶ ଏଭଳି ଘଡିସନ୍ଧି ମୁହୂର୍ତରେ ପ୍ରଧାନମନ୍ତ୍ରୀଙ୍କ ସହିତ ରହିଛି ବୋଲି କହିଥିଲେ । ସେମାନେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମ·ରୀମାନଙ୍କର ନୈତିକ ମନୋଭାବ ବୃଦ୍ଧି, ପରୀକ୍ଷା ନିରୀକ୍ଷା ସୁଯୋଗ ବୃଦ୍ଧି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କ୍ଷୁଧା ଓ ଅପପୃଷ୍ଟିର ଆହ୍ୱାନକୁ ସାମ୍ନା କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନେ ଲକଡାଉନ ଅବଧି ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀ ଏଭଳି ଗଠନମୂଳକ ପ୍ରସ୍ତାବ ଓ ନିଆଯାଇଥିବା ପଦକ୍ଷେପ ପାଇଁ ନେତାମାନଙ୍କୁ ଧନ୍ୟବାଦ ଦେବା ସହ ଦେଶର ଗଣତାନ୍ତ୍ରିକ, ଭିତିଭୂମି ଓ ସମନ୍ୱୟ ଭିତିକ ସଂଘୀୟ ପରମ୍ପରା ଦୃଷ୍ଟିରୁ ସରକାର ଏସମସ୍ତ ଦିଗରେ ନିଶ୍ଚିତ ଦୃଷ୍ଟି ଦେବେ ବୋଲି କହିଥିଲେ ।
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ, ଦେଶର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ବରିଷ୍ଠ ପଦାଧିକାରୀମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।