ପ୍ରତିରକ୍ଷା ମନ୍ତ୍ରୀ ୨୪ରେ ଯିବେ ମସ୍କୋ , ଚୀନ ନେତାଙ୍କୁ ଭେଟିବେ ନାହିଁ

ପ୍ରତିରକ୍ଷା ମନ୍ତ୍ରୀ ୨୪ରେ ଯିବେ ମସ୍କୋ , ଚୀନ ନେତାଙ୍କୁ ଭେଟିବେ ନାହିଁ

ଦେଶ -ବିଦେଶ ବଡ ଖବର

#ପ୍ରତିରକ୍ଷା_ମନ୍ତ୍ରୀ_୨୪ରେ_ଯିବେ_ମସ୍କୋ        ନୂଆଦିଲ୍ଲୀ :  ୨୪ ଜୁନ୍ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୫ ତମ ବିଜୟ ଦିବସ ପରେଡରେ ଯୋଗଦେବା ପାଇଁ ମସ୍କୋ ଯିବେ । ସେ ସେଠାରେ ରୁଷର ବରିଷ୍ଠ ନେତୃବୃନ୍ଦ ତଥା ଅନ୍ୟ ଦେଶର ନେତାମାନଙ୍କୁ ଭେଟିବେ କିନ୍ତୁ ଚୀନ୍?ର ନେତା ମାନଙ୍କୁ ଭେଟିବେ ନାହିଁ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ତିନିଜଣ ସଶସ୍ତ୍ର ବାହିନୀର ଜଣେ ବରିଷ୍ଠ ଅଧିକାରୀ ଯୋଗଦେବେ । ରାଜନାଥ ସିଂ ପୂର୍ବରୁ କେବଳ ୨୨ ଜୁନ୍ ରେ ଏହି ଯାତ୍ରାକେ ଯିବାର ଥିଲା ହେଲେ ଏବେ ସେ ଗୋଟିଏ ଦିନ ପୂର୍ବରୁ ଯିବେ । ବିଜୟ ଦିବସ ପରେଡରେ ଭାଗ ନେବାକୁ ଭାରତ ସମସ୍ତ ତିନୋଟି ସଶସ୍ତ୍ର ବାହିନୀର ୭୫ ଜଣ ସୈନିକଙ୍କୁ ମଧ୍ୟ ପଠାଇବ ବୋଲି ଜଣା ପଡିଛି ।