ନୂଆଦିଲ୍ଲୀରେ ପହଞ୍ଚିଲେ ବ୍ରାଜିଲ୍‍ ରାଷ୍ଟ୍ରପତି

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ବ୍ରାଜିଲ୍‍ ରାଷ୍ଟ୍ରପତି ଜୟେର ବୋଲସୋନାରୋ ଭାରତକୁ ଏକ ଚାରିଦିନିଆ ଗସ୍ତରେ ଆସି ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଶ୍ରୀ ବୋଲସୋନାରୋଙ୍କୁ ପାଲମ ବିମାନ ବନ୍ଦରରେ ସ୍ବାଗତ କରିଥିଲେ।

ବ୍ରାଜିଲ୍‍ ରାଷ୍ଟ୍ରପତି ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ। ଶ୍ରୀ କୋବିନ୍ଦ ତାଙ୍କ ସମ୍ମାନାର୍ଥେ ଏକ ଭୋଜିସଭାର ଆୟୋଜନ କରିଛନ୍ତି । ଶ୍ରୀ ବୋଲସୋନାରୋ ମଧ୍ୟ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବ। ବ୍ରାଜିଲ୍‍ ରାଷ୍ଟ୍ରପତିଙ୍କ ସହ ୮ଜଣ ମନ୍ତ୍ରୀ, ବ୍ରାଜିଲ ପାର୍ଲାମେଣ୍ଟର ୪ ଜଣ ସାଂସଦ, ବହୁ ବରିଷ୍ଠ ଅଫସର ଓ ଏକ ବଡ଼ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି ।