ଶେଷରେ ୭ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ, ଫାଶୀ ଖୁଣ୍ଟରେ ଝୁଲିଲେ ଚାରି ଅପରାଧି

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ୪ ଦୋଷୀଙ୍କ ଫାଶୀ ସ୍ଥଗିତ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ପୁଣି ଘୁଞ୍ଚିଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ତାରିଖ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ  ୪ ଦୋଷୀଙ୍କ ନାମରେ ଜାରି ଡେଥ୍ ୱାରେଣ୍ଟ  ଉପରେ ସ୍ଥଗିତାଦେଶ ଜାରି କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଇଛନ୍ତି।  ଫେବ୍ରୁଆରି ୧ ତାରିଖରେ ଫାଶୀ ଲାଗି ଜାରି ହୋଇଥିବା ‘ଡେଥ୍ ୱାରେଣ୍ଟ’କୁ ଖାରଜ କରିଛନ୍ତି ଟ୍ରାଏଲ୍ କୋର୍ଟ। ଫଳରେ ଦୋଷୀ ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତାଙ୍କ ଫାଶୀ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରହିଛି।

ଫାଶୀ ରୋକିବା ପାଇଁ ୪ ଜଣ ଦୋଷୀ (ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତା) ଗତକାଲି ପଟିଆଲା ହାଉସ୍‌ କୋର୍ଟରେ ଆବେଦନ ଦାଖଲ କରିଥିଲେ। ସେମାନଙ୍କ ପାଖରେ ନ୍ୟାୟିକ ବିକଳ୍ପ ସୁଯୋଗ ରହିଥିବାରୁ ଏହା ପୂର୍ବରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାକୁ ଦୋଷୀଙ୍କ ଓକିଲ ଏ ପି ସିଂହ ଆବେଦନ କରିଥିଲେ। ଆଜି ପଟିଆଲା ହାଉସ୍‌ କୋର୍ଟରେ ସେ ଯୁକ୍ତି ବାଢ଼ିଥିଲେ କି ଏହି ଅପରାଧ ମାମଲାରେ ସମସ୍ତ ବିକଳ୍ପ ଶେଷ ହୋଇ ନଥିବାରୁ ଦୋଷୀମାନଙ୍କୁ ସେମାନଙ୍କ ନ୍ୟାୟିକ ପ୍ରକ୍ରିୟା ଶେଷ କରିବା ନିମନ୍ତେ ସୁଯୋଗ ମିଳିବା ଜରୁରୀ।